Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟ ସରକାରଙ୍କ ଓଡ଼ିଶାବାସୀଙ୍କୁ ବଡ ଭେଟି; ମୋ ଘର ଯୋଜନାରେ ବାଜିଲା ମୋହର

ଭୁବନେଶ୍ବର: ଆଜି ନବୀନଙ୍କ ପଞ୍ଚମ ପାଳିର ଚତୁର୍ଥ ବର୍ଷ ପୂରା ହୋଇଛି। ଏହି ଅବସରରେ ଓଡ଼ିଶାବାସୀଙ୍କୁ ବଡ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

କ୍ୟାବିନେଟ ବୈଠକରେ ବଡ ନିଷ୍ପତ୍ତି ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୮ଟି ପ୍ରସ୍ତାବ ଉପରେ ବାଜିଲା ମୋହର। ଏହି ବୈଠକର ଅଧ୍ୟକ୍ଷତା କରିଥିଲେ ମୁଖ୍ୟମନ୍ତ୍ରୀ। ୧୮ଟି ପ୍ରସ୍ତାବ ସହ ‘ମୋ ଘର’ ଯୋଜନାକୁ ମଧ୍ୟ କ୍ୟାବିନେଟରେ ମଳିଛି ମଞ୍ଜୁରୀ।

ମୋ ଘର ଯୋଜନାର ଶୁଭାରମ୍ଭ କରିଛନ୍ତି ରାଜ୍ୟ ସରକାର । ଏହି ଯୋଜନାରେ ଗ୍ରାମୀଣ ଲୋକଙ୍କୁ ଘର ତିଆରି ପାଇଁ ସହାୟତା ପ୍ରଦାନ କରିବେ ରାଜ୍ୟ ସରକାର । ସେହିଭଳି ୨ଟି ଫିଲ୍ମକୁ ଟ୍ୟାକ୍ସ ଫ୍ରି କରିଛନ୍ତି ରାଜ୍ୟ ସରକାର। ଡେଲିଭରୀ ବୟ ଓ ଜ୍ୱିଗାଟୋକୁ କରମୁକ୍ତ କରାଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ