Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ବଦଳିବ ଜାତୀୟ ଉଦ୍ୟାନ ଭିତରକନିକାର ରୂପରେଖ; ମାଷ୍ଟରପ୍ଲାନ ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର

ଭୁବନେଶ୍ବର: ବଦଳିବ ଜାତୀୟ ଉଦ୍ୟାନ ଭିତରକନିକାର ରୂପରେଖ। ଭିତରକନିକା ପର୍ଯ୍ୟଟନସ୍ଥଳୀ ଠାରେ ପର୍ଯ୍ୟଟକ ଭିତ୍ତିଭୂମିର ବିକାଶ ନିମନ୍ତେ ମାଷ୍ଟରପ୍ଲାନ ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର। ଏଥିପାଇଁ ସରକାର ଯୋଗାଇ ଦେଇଛନ୍ତି ୫୮ କୋଟି ୫୮ ଲକ୍ଷ ୫୩ ହଜାର ଟଙ୍କା। ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଏହି ଅର୍ଥ ଯୋଗାଇ ଦିଆଯାଇଛି।

ଏହାସହିତ ମୁଖ୍ୟ ଫାଟକ, ୱାଚ ଟାୱାର, ଖେଳା, ଗୁପ୍ତି, ଡାଙ୍ଗମାଳ ଓ ଜୟନଗରଠାରେ ଜେଟି ନିର୍ମାଣ ହେବ। ଏଥିରେ କୁମ୍ଭୀର, ଅଲିଭରିଡଲେ, ପକ୍ଷୀ, ମ୍ୟାନ୍‌ଗ୍ରୁଭ ସହିତ ୭ଟି ଥିଏଟର ରହିବ। ଜେଟି ନିକଟରେ ପର୍ଯ୍ୟଟକଙ୍କ ସୁବିଧା ଲାଗି ଟିକେଟ, ସ୍ନାକ୍ସ କାଉଣ୍ଟର ସହିତ ଶୌଚାଳୟ, ବିଶ୍ରାମ କକ୍ଷ ଭଳି ସୁବିଧା ଯୋଗାଇ ଦିଆଯିବ।

ସୂଚନା ଅନୁଯାୟୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକଳ୍ପ ନିର୍ମାଣ ପାଇଁ ସ୍ଥାନ ଚିହ୍ନଟ କରାଯାଇଛି। ଖୁବ୍‌ ଶୀଘ୍ର କାମ ଆରମ୍ଭ ହେବ ବୋଲି ଜଣାପଡ଼ିଛି।