Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶ୍ୱଶାନ୍ତି ନିମନ୍ତେ ଜମନକିରା ଠାରେ ନାମ ଯଜ୍ଞ ଅନୁଷ୍ଠିତ

ଜମନକିରା : ଜମନକିରା ବ୍ଲକ୍ ସଦର ମହକୁମା ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଗତ ୩ ଦିନ ଧରି ଚାଲିଥିବା ଶ୍ରୀଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ମହାମନ୍ତ୍ର ଅଖଣ୍ଡ ଅଷ୍ଟପ୍ରହର ବିଶ୍ୱଶାନ୍ତି ମହାଯଜ୍ଞ ପାଈଁ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ତିନିଦିନ ଧରି ଚାଲିଥିବା ଏହି ମହା ନାମଯଜ୍ଞ ଅଞ୍ଚଳବାସୀଙ୍କ ସହଯୋଗ ସହିତ କର୍ତ୍ତା ଭାବେ ପ୍ରିତମ କୁମାର ଦାନୀ ଓ ତାଙ୍କ ଧର୍ମପତ୍ନୀ ପ୍ରଜ୍ଞା ପଟ୍ଟନାୟକ ପୂଜା କାର୍ଯ୍ୟ କରିଥିବା ବେଳେ ପୂଜକ ଭାବେ ବିଶିଷ୍ଠ ପଣ୍ଡିତ ଅଶୋକ କୁମାର ପାଣିଗ୍ରାହୀ ଏବଂ ଗୋପାଳ ଶତପଥୀ ରୀତିନୀତି ଭାବେ ପୂଜାକାର୍ଯ୍ୟ ସମାପନ କରିଥିଲେ। ଏହି ପରିପେକ୍ଷୀରେ ଶୁକ୍ରବାର ଅପରାହ୍ନରେ କଳସ ଯାତ୍ରାରୁ ଶୁଭାରମ୍ଭ କରି ମନ୍ଦିରରେ ସ୍ଥାପନା କରିଥିଲେ। ଆଜି ନଗର ପରିଭ୍ରମଣ ସହିତ ଦଧିଭାଣ୍ଡ ଭଗ୍ନ କରି ମହାଯଜ୍ଞ ର ପୂର୍ଣ୍ଣାହୁତି କରାଯାଇଥିଲା। ଏଥିରେ ୩ ଦିନ ଧରି ମହାପ୍ରସାଦ ର ବ୍ୟବସ୍ଥା କରାଯାଇଥିଲା। ଗ୍ରାମବାସୀଙ୍କ ସମ୍ପୂର୍ଣ୍ଣ ସହଯୋଗରେ ବିଶ୍ୱଶାନ୍ତି ମହାଯଜ୍ଞ ବଡ ଧୁମଧାମରେ ପାଳନ ହୋଇ ଯାଇଛି। ରାତ୍ରରେ ବହୁ କୀର୍ତ୍ତନ ମଣ୍ଡଳୀଙ୍କ ସମାବେଶରେ ବୈଠକି କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ