Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟ କ୍ୟାବିନେଟ ଘୋଷଣା ଗୋଟିଏ ଧୁଁଆଁ ବାଣ, ନିର୍ବାଚନ ପାଇଁ ଘୋଷଣା -କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ

ବାଲିଗୁଡ଼ା: ଦୁଇ ଦିନଆ କନ୍ଧମାଳ ଗ୍ରସ୍ତ ରେ ଆସି ସୋମବାର ରାତି ରେ ବାଲିଗୁଡ଼ା ପୂର୍ତ୍ତ ବିଭାଗ ଡାକବଙ୍ଗଳା ରେ ପହଞ୍ଚିଛନ୍ତି କେନ୍ଦ୍ର ସରକାରଙ୍କ ଜଳ ଶକ୍ତି ଓ ଆଦିବାସୀ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ବିଶ୍ୱେଶ୍ଵର ଟୁଡୁ। । ତାଙ୍କୁ ସ୍ୱାଗତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପିଏ ଆଇଟିଡିଏ ମଧୁସୂଦନ ବେହେରା ସମେତ ପୂର୍ବତନ ବିଧାୟକ କରେନ୍ଦ୍ର ମାଝି, ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, ଲିଙ୍ଗରାଜ ଦବେହେରା, ବନ ମହାନ୍ତି, ଦେବେନ୍ଦ୍ର କୁଦେଇ, କୁସମି ପ୍ରଧାନ, ସମେତ ଶତାଧିକ କର୍ମୀ ଓ ନେତା ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ, ରାଜ୍ୟ ସରକାର କ୍ୟାବିନେଟ ରେ ମୋ ଘର ଯୋଜନା ସମେତ ଯାହା ଘୋଷଣା କରିଛନ୍ତି ତାହା ଧୁଆଁ ବାଣ, ନିର୍ବାଚନ କୁ ଆଖିଆଗରେ ରଖି ଘୋଷଣା କରିଛନ୍ତି। ପୂର୍ବ ନିର୍ବାଚନ ବେଳେ କାଳିଆ, ପିଠା, ଯୁବ ବାହିନୀ ଘୋଷଣା କୁଆଡେ ଗଲା ବୋଲି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। କେନ୍ଦ୍ର ସରକାରଙ୍କ ଙ୍କ ଆୟୁଷମାନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମେତ ବିଭିନ୍ନ ଯୋଜନା କୁ ରାଜ୍ୟ ରେ ପ୍ରଚଳନ କଲେ ଲୋକେ ଉପକୃତ ହୋଇ ପାରିବେ ବୋଲି କହିଛନ୍ତି। ରାଜ୍ୟ ରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଅଫିସର ରାଜନେତା ତ୍ରାହି ତ୍ରାହି ଡାକିଲେଣି ଏଥର ପରିବର୍ତ୍ତନ ନିଶ୍ଚୟ ହେବ। ବିଜେଡ଼ି ର ବହୁ ନେତା ଆମ ସମ୍ପର୍କରେ ଥିବା ପ୍ରଶ୍ନ ରେ କହିଛନ୍ତି ଅନ୍ ରେକର୍ଡ ନ ହେଲେବି ଯୋଗା ଯୋଗ ରେ ଅଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ଟୁଡୁ କହିଛନ୍ତି।କର୍ମୀ ଙ୍କ ଗହଣ ରେ ମନ୍ତ୍ରୀ କର୍ମୀ ଙ୍କୁ କହୁଛନ୍ତି ଯେଉଁ ଅଫିସର କଥା ଶୁଣୁ ନାହାନ୍ତି ସେମାନଙ୍କୁ ମାଡ଼ ମାର ସେଥି ପାଇଁ ଫାଶୀ ଦଣ୍ଡ ମିଳିବ ନାହିଁ। ଆମେ ଆମ ଅଞ୍ଚଳ ରେ ସେଭଳି କରୁଛୁ। ସବୁ ଆଡେ ସବୁ ବିଧାୟକ ମାନେ ଧିରେ ଧିରେ ଅଫିସରଙ୍କୁ ମାଡ଼ ମାରିବା ଆରମ୍ଭ କଲେଣି। ଯଦି ଦରକାର ମୋତେ ଡାକ। ଏଭଳି କହିଥିବାର ଭିଡିଓ ଦେଖିବାକୁ ମିଳିଛି। ଆଜି ଏଠାରୁ ରାଇକିଆ ଓ ଜି.ଉଦୟଗିରି ଯାଇ ଦୁଇଟି ଏକଲବ୍ୟ ଆବାସିକ ବିଦ୍ୟାଳୟ ଭିତ୍ତପ୍ରସ୍ତର ଦେବା ସହ ସାଧାରଣ ସଭା ରେ କେନ୍ଦ୍ର ସରକାରଙ୍କ ୯ବର୍ଷ ସଫଳତା ସଂପର୍କ ରେ ଲୋକଙ୍କୁ କହିବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ