Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡିଜିଟାଲ ମାଧ୍ୟମରେ ଲାଞ୍ଚ ନେଲେ ଦୃଢ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ଡିଜିଟାଲ ମାଧ୍ୟମରେ ଲାଞ୍ଚ କାରବାର ମାମଲା ଓଡ଼ିଶାରେ ପ୍ରଥମ ଦେଖିବାକୁ ମିଳିଛି। ଗତକାଲି ଏଭଳି ୨ଟି ମାମଲା ସାମ୍ନାକୁ ଆସିଥିଲା। ଏହାପରେ ସତର୍କ ରହିବାକୁ ଚେତାବନୀ ଦେଇଛି ଭିଜିଲାନ୍ସ। ଲାଞ୍ଚ କାରବାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଫୋନ୍ ପେ’ ମାଧ୍ୟମରେ ଲାଞ୍ଚ ନେଲେ ନିଶ୍ଚିତ ଧରାପଡ଼ିବେ ଭିଜିଲାନ୍ସ ପକ୍ଷରୁ କୁହାଯାଇଛି । ଏହାକୁ ନେଇ ଭିଜିଲାନ୍ସ କଡା ଜର ରଖିଛି ବୋଲି କୁହାଯାଇଛି ।

ଗତକାଲି ଡିଜିଟାଲରେ ଚେକ୍ ମାଧ୍ୟମରେ ୧୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିଲେ ମୟୂରଭଂଜ କରଞ୍ଜିଆ ତହସିଲଦାର କ୍ଷତିପୂରଣ ମଞ୍ଜୁର ପାଇଁ ୨ଟି ବ୍ଲାଙ୍କ ଚେକ୍ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା । ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ । ଏଭଳି ଘଟଣା ରାଜ୍ୟ ଭିଜିଲାନ୍ସ ଇତିହାସରେ ପ୍ରଥମ ବୋଲି ଜଣାପଡ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ