Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆହୁରି ୪ରୁ ୫ ଦିନ ରାଜ୍ୟରେ ଜାରି ରହିବ କାଳବୈଶାଖୀ ପ୍ରଭାବ

ଭୁବନେଶ୍ବର: ଦିନରେ ପ୍ରବଳ ତାତି ଅନୁଭୂତ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା କିଛି ମାତ୍ରାରେ ଆଶ୍ୱସ୍ତି ଆଣିଛି । କାଳବୈଶାଖୀର ପ୍ରଭାବ ଆଉ ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ସକ୍ରିୟ ରହିବ ବୋଲି ଜଣାପଡିଛି। ଏହାସହ ରାଜ୍ୟର କିଛି ସ୍ଥାନରେ ବର୍ଷା ସହ ବିଜୁଳି ଘଡଘଡି ମଧ୍ୟ ହେବା ସମ୍ଭାବନା ରହିଥିବା ଆକଳନ କରିଛି ପାଣିପାଗ ‌କେନ୍ଦ୍ର। ପଶ୍ଚିମ ଓଡ଼ିଶାରେ କିଛି ସ୍ଥାନରେ ପାରଦ ୪୨ ଡିଗ୍ରୀ ଉପରେ ରହିପାରେ ।

ସେହିଭଳି ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ପ୍ରଭାବ ଅଧିକ ଦେଖିବାକୁ ମିଳିବ । ଗତକାଲି ୧୩ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ସମ୍ବଲପୁରେ ତାପମାତ୍ରା ୪୩.୨ ଡିଗ୍ରୀ ରେକର୍ଡ କରିଥିଲା। ଦିନରେ ତାପମାତ୍ରା ଅଧିକ ରହୁଥିବାରୁ ଅସହ୍ୟ ଗରମ ଅନୁଭୂତ ହେଉଛି । କାଳବୈଶାଖୀ ସମୟରେ ବାହାରକୁ ନ ବାହାରିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ।