Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏନ ଏଲ ସି ର ବ୍ଲଷ୍ଟିଂ ପାଇଁ ହୋଇଥିବା ତ୍ରିପାକ୍ଷିକ ଆଲୋଚନା ବିଫଳ।

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ତଲବୀର 2 ଓ 3 କୋଇଲା ଖଣି ଖନନ କାର୍ଯ୍ୟ କରୁଥିବା ଏନ ଏଲ ସି କମ୍ପାନୀ ର ଉଚ୍ଚ କ୍ଷମତା ବ୍ଲଷ୍ଟିଂ ବିରୁଦ୍ଧରେ ହୋଇଥିବା ତ୍ରିପାକ୍ଷିକ ଆଲୋଚନା ବିଫଳ ହୋଇଛି। ମଙ୍ଗଳବାର ଦିନ କମ୍ପାନୀ କର୍ତ୍ତୃପକ୍ଷ, ପ୍ରଶାସନ, ଓ ବିସ୍ଥାପିତ ଗ୍ରାମବାସୀ ଙ୍କୁ ନେଇ ଖଣି କାର୍ଯ୍ୟାଳୟ ଠାରେ ଏକ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି କୋଇଲା ଖଣି ଦ୍ୱାରା ବିସ୍ଥାପିତ ହେବାକୁ ଥିବା ପରିବାର ଙ୍କୁ ସମ୍ପୁର୍ଣ୍ଣ ବିସ୍ଥାପିତ କଲା ପରେ କମ୍ପାନୀ ବ୍ଲଷ୍ଟିଂ କରିପାରିବ ବୋଲି ଗ୍ରାମବାସୀ ଦାବି କରିଥିଲେ। ଜିଲ୍ଲାପାଳଙ୍କ ଉପସ୍ଥିତି ରେ ବୈଠକ କରିବାକୁ ଗ୍ରାମବାସୀ ଜିଦ କରିବା ରୁ ବୈଠକ ଟି ବିଫଳ ହୋଇଥିଲା। ମଙ୍ଗଳବାର ଦିନ ରେଙ୍ଗାଲି ତହସିଲଦାର ବେରିସିୟସ ଡୁଙ୍ଗଡୁଙ୍ଗ, ଠେଲକଲୋଇ ଥାନ ଅଧିକାରୀ, ଖିଣ୍ଡା ସରପଞ୍ଚ ସାନ୍ଧ୍ୟରାଣୀ ପଧାନ, ଏନ ଏଲ ସି କମ୍ପାନୀ ଜି ଏମ ଭଗତ, ଏଚ ଅର ସୁବ୍ରତ ବିଶ୍ୱାଳ, ବିସ୍ଥାପିତ ଗ୍ରାମବାସୀ ଙ୍କ ମଧ୍ୟରୁ ବାବଲୁରାଉତ, ରୁଦ୍ର ପଧାନ, କୃପ ବୁଦ୍ଧିଆ, ପୀୟରି ବୁଦ୍ଧିଆ, ଦୁର୍ଗା ଭୋଇ, ଗୁଣ ବୁଦ୍ଧିଆ ଙ୍କ ସହ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଗତ ଶନିବାର ଦିନ କମ୍ପାନୀ ର ଉଚ୍ଚ କ୍ଷମତା ବ୍ଲଷ୍ଟିଂ ଯୋଗୁଁ ବୁଧିଆପାଲି. ଖତୁପଡା.ମୁଣ୍ଡା ପଡା .ନୂଆଁ ଖିଣ୍ଡା ଗ୍ରାମ ରେ ଘର ଦ୍ୱାର କ୍ଷତିଗ୍ରସ୍ତ ହୋଇଛି। ଏହି ବ୍ଲଷ୍ଟିଂ ଯୋଗୁଁ ଗୁଣ ସାଗର ବୁଦ୍ଧିଆ ଙ୍କ ଘର ର ଛାତ ଭାଙ୍ଗି ଯାଇଥିଲା। ଶନିବାର ଦିନ ଉତ୍ୟକ୍ତ ଗ୍ରାମବାସୀ ଏନ ଏଲ କମ୍ପାନୀ ର ମୁଖ୍ୟ ଫାଟକ ବନ୍ଦ କରି ଆନ୍ଦୋଳନ କରିଥିଲେ।