Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେଙ୍ଗାଲି ପୋଲିସ ଦ୍ୱାରା ରକ୍ତଦାନ ଶିବିର।

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ପୋଲିସ ପକ୍ଷରୁ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଗ୍ରୀଷ୍ମ ପ୍ରବାହ ଯୋଗୁଁ ବୁର୍ଲା ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଦେଖିବାକୁ ମିଳିଛି ତେଣୁ ରକ୍ତର ଅଭାବ ଦୂରୀକରଣ ପାଇଁ ଆଦ୍ୟ ତା୩୦.୦୫.୨୩ ରିଖଦିନ ରେଙ୍ଗାଲି ଥାନା ରେ ମୋ ସରକାର 5T ସେଲ ସମ୍ବଲପୁର ଦ୍ଵାରା ଆରକ୍ଷୀ ଅଧିକ୍ଷକ ମୁକେଶ କୁମାର ଭାମୁ ଙ୍କ ନିର୍ଦ୍ଦେଶକ୍ରମେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା lଏହି ଶିବିରକୁ ଆନୁଷ୍ଠାନିକ ଭାବରେ ଏସ ଡି ପି ଓ ପ୍ରଦୀପ ସାହୁ ଉଦଘାଟନ କରିଥିବା ବେଳେ ଓ ଆଇ ସି ଯଶୋବନ୍ତ ସଲେମା,ଏସ ଆଇ ରଞ୍ଜନ ନାଗ, ଏସ ଆଇ ଲବନ୍ କିଶୋର ନନ୍ଦ ଏବଂ ଛାୟlକନ୍ତ ସରାଫ ଉପସ୍ଥିତ ଥିଲେ l ଏହି ଶିବିରରେ ସର୍ବମୋଟ ୧୪୩ ୟୁନିଟ ରକ୍ତ ସଂଗ୍ରହ କରା ଯାଇଛି l ଏହି ଶିବିରକୁ ବୁର୍ଲା ରକ୍ତ ଭଣ୍ଡାରର ଦେବାଶିଷ ମିଶ୍ର, ମନ୍ଟୁ ପ୍ରଧାନ ଏବଂ ଅନ୍ୟ କର୍ମଚାରୀ ମାନେ ପରିଚାଳନା କରିଥିଲେ । ହାବିଲଦାର ରାମଦାସ ପଣ୍ଡା ଙ୍କ ସଂଯୋଜନା ରେ ଏହି ଶିବିର ଆୟୋଜନ କରାଯାଇଥିଲା l ତୁସାନ୍ତ ସାହୁ,ସ୍ବାଧିନ ଛତର ରେଙ୍ଗାଲି ଥାନା ର ହାବିଲଦାର ସୁରେନ୍ଦ୍ର ସାହୁ,ଉମାକାନ୍ତ ନାୟକ ଏବଂ ସମସ୍ତ କର୍ମଚାରୀ ଶିବିର ପରିଚାଳନା ରେ ସହଯୋଗ କରିଥିଲେ । ଏହି ଶିବିରକୁ ରେଙ୍ଗାଲି ସାମ୍ବାଦିକ ସଂଘ, ଏବଂ ସ୍ଥାନୀୟ ଲୋକମାନେ ସହଯୋଗ କରିଥିଲେ l ରକ୍ତଦାତl ମାନଙ୍କୁ ଏସ ଡି ପି ଓ ପ୍ରଦିପ ସାହୁ ମାନପତ୍ର ଦେଇ ଉତ୍ସାହିତ କରିଥିବା ବେଳେ ପ୍ରବଳ ଖରା ସତ୍ତ୍ୱେ ଲୋକମାନେ ରକ୍ତଦାନ କରିଥିବାରୁ ରକ୍ତଦାତା ଏବଂ ସହଯୋଗୀ ମାନଙ୍କୁ ଓ ଆଇ ସି ଜସବନ୍ତ ସାଲେମା ସମସ୍ତଙ୍କୁ ଧନ୍ୟବାଦ୍ ପ୍ରଦାନ କରିଛନ୍ତି l ଓ ଆଇ ସି ଯଶବନ୍ତ ସାଲେମl ନିଜେ ମଧ୍ୟ ରକ୍ତଦାନ କରିଥିଲେ lରକ୍ତ ଅଭାବ ରେ କାହାରି ଜୀବନ ନ ଯାଉ ଏହା ହିଁ ସମ୍ବଲପୁର ପୋଲିସ ର ଉଦେଶ୍ୟ ।ପୋଲିସ ର ଏହି ଶିବିରକୁ ଜନସାଧାରଣ ତଥା ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ