ସମାଜସେବୀ ହରଦୀପ ସିଂ ଭୁର୍ଜି ଙ୍କ ଦ୍ୱାରା ଅସହାୟ ମହିଳାଙ୍କୁ ସିଲେଇ ମେସିନ ପ୍ରଦାନ
ସମ୍ବଲପୁର:ସମ୍ବଲପୁର ମହାନଗରର ୩୨ ନମ୍ବର ୱାର୍ଡ ଅନ୍ତର୍ଗତ ମାୟାବଗିଚା ଅଞ୍ଚଳରେ ସମାଜସେବୀ ହରଦୀପ ସିଂହ ଭୁର୍ଜି ( ବବି ) ଙ୍କ ଦ୍ୱାରା ଅସହାୟ ପରିବାରମାନଙ୍କୁ ସିଲେଇ ମେସିନ ଓ ଆବଶ୍ୟକୀୟ ରାସନ ପ୍ରଦାନ କରାଯାଇଥିଲା l
ଏହି ଅବସରରେ ବିଜେଡି ସମ୍ବଲପୁର ଜିଲ୍ଲା ସଭାପତି ଇଂ. ରୋହିତ ପୂଜାରୀ ଅତିଥି ଭାବେ ଯୋଗଦେଇ ଶ୍ରୀମତୀ ବବିତା ଗୁପ୍ଟାଙ୍କୁ ଏକ ସିଲାଇ ମେସିନ ପ୍ରଦାନ କରିଥିଲେ l
ସୂଚନା ଯୋଗ୍ୟ ଯେ, ନିଜସ୍ୱ ସିଲାଇ ମେସିନ ନଥିବାରୁ ସେ ଅନ୍ୟତ୍ର ଯାଇ କାମ କରିବାକୁ ବାଧ୍ୟ ହେଉଥିଲେ lଏହି ସହାୟତା ପାଇବା ପରେ ଶ୍ରୀମତୀ ବବିତା ନିଜ ଘରେ ରହି କାମ କରି ଜୀବିକା ନିର୍ବାହ କରିପାରିବେ l
ଏହି ଅବସରରେ ସେହି ବସ୍ତି ର ଦୁଇଟି ଅସହାୟ ପରିବାରଙ୍କୁ ରାସନ ସାମଗ୍ରୀ ମଧ୍ୟ୍ୟ ପ୍ରଦାନ କରାଯାଇଥିଲା l ଆଗାମୀ ଦିନରେ ସେମାନଙ୍କୁ ବିଭିନ୍ନ ସରକାରୀ ଯୋଜନା ଓ ସୁବିଧା ଉପଲବ୍ଧ କରାଇବା ପାଇଁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା।
ଏହି ବିଶେଷ ଅବସରରେ ସତ୍ୟେନ୍ଦ୍ର ଦାଶ, ବେଣୁଧର ଦାଶ,ବସନ୍ତ ମିଶ୍ର, ପ୍ରଫୁଲ୍ଲ ଦାଶ, ଶୁରୁ ବାବୁ ମେହେର, ସବିର ଭାଇ, ପ୍ରଦୋଷ ମହାନ୍ତି,ଧର୍ମରାଜ ମରେଇ,ଶାହାବୁଦ୍ଦିନ ଭାଇ, ଅନମୋଲ ଦାଶ, ହରିହର ପାଣି, ଦୁଲାଲ ଚନ୍ଦ୍ର ରାୟ,ପ୍ରଶାନ୍ତ ନାୟକ, ବିଶ୍ୱାମିତ୍ର ସାହୁ, ରୁଦ୍ରନାରାୟଣ ଷଡ଼ଙ୍ଗୀ, ପ୍ରହଲ୍ଲାଦ ଗୁରୁ, ସଂଯୁକ୍ତା ମେହେର, ସସ୍ମିତା ଦୀପ, ମମତା ପଣ୍ଡା, ମୁନି ବେଗମ, ଆମିନା ଖାଚୁନ,ଲିଲିମା ମାଲିକ୍ ପ୍ରମୁଖ ଉପସ୍ଥିତ ଥିଲେ।

