କରଡୋଳା ଗ୍ରାମକୁ କଳାଗ୍ରାମ ରେ ପରିଣତ କରାଯିବ-ବଳବନ୍ତ ସିଂ
ସମ୍ବଲପୁର,ସମ୍ବଲପୁର ଜିଲ୍ଲା ଧନକଉଡ଼ା ବ୍ଲକ ଅନ୍ତର୍ଗତ କରଡୋଳା ଗ୍ରାମ, ଯେଉଁଠି ଆରମ୍ଭ ହୋଇଥିଲା ସମ୍ବଲପୁରୀ ବସ୍ତ୍ର ବୁଣିବାର ଏକ ଐତିହାସିକ ଆନ୍ଦୋଳନ ସେହି ଗ୍ରାମ କୁ କଳାଗ୍ରାମ ଭାବରେ ପ୍ରତିଷ୍ଠା କରିବାର ସରକାର ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି l ସମ୍ବଲପୁର ଗସ୍ତ ସମୟରେ ଏହି କରଡୋଳା ଗ୍ରାମକୁ ପରିଦର୍ଶନ କରିଥିଲେ ରାଜ୍ୟ ସରକାର ଙ୍କର ପର୍ଯ୍ୟଟନ ସଚିବ ବଳବନ୍ତ ସିଂହ l ଓଡିଶା ପର୍ଯ୍ୟଟନ ଶିଳ୍ପ ର ବିକାଶ ପାଇଁ ଓଡିଶା ବୟନ ଶିଳ୍ପ କୁ ସଂଯୋଗୀକରଣ କରି ଏହି ବିଶେଷ ପ୍ରକଳ୍ପ କୁ ହାତକୁ ନେଇଛି ସରକାର l ପ୍ରଥମ ପର୍ଯ୍ୟାୟ ରେ ଏହି ପ୍ରକଳ୍ପ pain ପର୍ଯ୍ୟଟନ ବିଭାଗ ୮ କୋଟି ଟଙ୍କା ବ୍ୟୟ ଅଟକଳ ରେ ନିର୍ମାଣ ହେବ କମ୍ୟୁନିଟି ସେଣ୍ଟର, ସ୍କିଲ ମ୍ୟୁଜିଅମ, ମୁକ୍ତ ରଙ୍ଗମଞ୍ଚ, ବିକ୍ରୟ ପାଇଁ ଷ୍ଟଲ, କ୍ୟାଫେଟେରିଆ, ପାର୍କିଙ୍ଗ l
ଏହି ପ୍ରକଳ୍ପ କୁ ସଠିକ ଡଙ୍ଗରେ ନିର୍ମାଣ କରିବାକୁ ବିଭାଗୀୟ ସଚିବ ଶ୍ରୀ ସିଂହ ଏହି ଗ୍ରାମକୁ ପରିଦର୍ଶନ କରିଥିଲେ l ଏହି ଅବସରରେ ତାଙ୍କ ସହ ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର, ପର୍ଯ୍ୟଟନ ବିଭାଗ ର ଅତିରିକ୍ତ ସଚିବ ରୁଦ୍ର ନାରାୟଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ l ଏହା ପ୍ରକଳ୍ପ ପ୍ରତିଷ୍ଠା କରିବାର ଏକମାତ୍ର ଉଦେଶ୍ୟ ଏହାଯେ, କେମିତି ଏହି କଳାଗ୍ରାମ କୁ ଆକୃଷ୍ଟ ହେବା ସହ ସମ୍ବଲପୁରୀ ବୟନ ଶିଳ୍ପ ଉପରେ ଜାଣିବେ ଯଦ୍ୱାରା ବୁଣାକାର ତଥା ସମ୍ବଲପୁରୀ ବସ୍ତ୍ର ର ବ୍ୟବସାୟ ବଢିବ, ଯଦ୍ୱାରା ଲୋକଙ୍କର ଆର୍ଥିକ ସ୍ୱଚ୍ଛଳତା ମଧ୍ୟ ବଢିବ l
ପଶ୍ଚିମ ଓଡ଼ିଶର ଏହି ସମ୍ବଲପୁରୀ ବସ୍ତ୍ର ବିଶ୍ୱ ଦରବାର ରେ ପ୍ରସିଦ୍ଧି ପାଇଥିବା ବେଳେ ଏହି ବୁଣାକାର ଗାଆଁ କରଡୋଳା ସେମିତି ବେଶୀ ଖ୍ୟାତି ପାଇପାରିନାହିଁ l ତେଣୁ, ଏହି ପ୍ରକଳ୍ପ ଦ୍ୱାରା ଏହା ଲୋକଲୋଚନ କୁ ଆସିବା ଦ୍ୱାରା ସମ୍ବଲପୁରୀ ବସ୍ତ୍ର ର ଲୋକପ୍ରିୟତା ଆହୁରି ବଢିବ l ପରବର୍ତୀ ପର୍ଯାୟ ରେ ଆଲୋକୀକରଣ, ସ୍ୱଚ୍ଛତା, ରାସ୍ତା, ନାଳ ଓ ସୌନ୍ଦର୍ଜିକାରଣ ଉପରେ ମଧ୍ୟ୍ୟ କାର୍ଯ୍ୟ କରାଯିବାର ଯୋଜନା ରହିଛି ବୋଲି ଶ୍ରୀ ସିଂହ ସୂଚନା ଦେଇଛନ୍ତି l ଏହି ଅବସରରେ କରଡୋଳା ଗ୍ରାମର ତଥା ଗୋଶାଳା ଅଂଚଳର ବିଶିଷ୍ଟ ବ୍ୟକ୍ତି ବିଶେଷ ତଥା କରଡୋଳା ଗ୍ରାମ ପଂଚାୟତ ର ସରପଞ୍ଚ ଗୋରେଖ ରାଉତ, ଚନ୍ଦ୍ରମଣି ମେହେର, ବଳରାମ ମେହେର, ଟିକେଲାଲ ମେହେର, ସଞ୍ଜୟ ପୂଜାରୀ, ସୁଧୀର ପୂଜାରୀ, ଅନିଲ ସାମଲ, ମନୋଜ ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ।

