Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ବର୍ଗତ ବ୍ରଜମୋହନ ପଣ୍ଡା ସ୍ମାରକୀ ବକ୍ତୃତା କାର୍ଯ୍ୟକ୍ରମ : ସନ୍ତୋଷ ଧରୁଆଙ୍କୁ ବ୍ରଜମୋହନ ପଣ୍ଡା ସ୍ମାରକୀ ସମ୍ମାନ

ସମ୍ବଲପୁର :ସମ୍ବଲପୁର ଗ୍ରନ୍ଥାଗାରର ଡାକ୍ତର ନାରାୟଣୀ ପଣ୍ଡା ସଭାଗୃହରେ ସମ୍ବଲପୁର ସାର୍ବଜନୀନ ଗ୍ରନ୍ଥାଗାର ଓ ବ୍ରଜମୋହନ ପଣ୍ଡା ସ୍ମୃତି କମିଟିର ମିଳିତ ଆନୁକୂଲ୍ୟରେ ସ୍ବର୍ଗତ ବ୍ରଜମୋହନ ପଣ୍ଡା ସ୍ମାରକୀ ବକ୍ତୃତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗ୍ରନ୍ଥାଗାରର ସଭାପତି ପ୍ରଫେସର ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ମାରକୀ ବକ୍ତୃତା ପ୍ରଦାନ କରିଥିଲେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରାଜେନ୍ଦ୍ର କୁମାର ପଣ୍ଡା। ତାଙ୍କ ବକ୍ତବ୍ୟରେ ସେ ବ୍ରଜମୋହନ ପଣ୍ଡାଙ୍କ ବହୁମୂଖୀ ପ୍ରତିଭା ଉପରେ ଆଲୋଚନା କରିଥିଲେ।ସେ ଥିଲେ ଏକାଧାରରେ ଜଣେ ସଫଳ ସାହିତ୍ୟିକ,ସଫଳ ଚାଷୀ, ଶିକ୍ଷାପ୍ରେମୀ ତଥା ତତ୍କାଳୀନ ସମାଜର ଜଣେ ବିଶିଷ୍ଟ ସମାଜସେବୀ। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀ ଯୋଗଦେଇ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଆଗାମୀ ଦିନରେ ହେବାକୁ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ତାଙ୍କୁ ଗ୍ରନ୍ଥାଗାର ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜଣେ ସଫଳ ଚାଷୀ ସନ୍ତୋଷ ଧାରୁଆଙ୍କୁ ମାନପତ୍ର ଓ ଉପଢୌକନ ଦେଇ ବ୍ରଜମୋହନ ପଣ୍ଡା ସ୍ମାରକୀ ସମ୍ମାନ ପ୍ରଦାନ କରାଯାଇଥିଲା। ସ୍ବର୍ଗତ ବ୍ରଜମୋହନ ପଣ୍ଡାଙ୍କ ପୌତ୍ର ଇଂ ଯଦୁ ନନ୍ଦନ ପଣ୍ଡା ମଧ୍ୟ ନିଜର ବକ୍ତବ୍ୟରେ ସ୍ବର୍ଗତ ପଣ୍ଡାଙ୍କ ସ୍ମୃତିଚାରଣ କରିଥିଲେ। ଏହି ସଭାରେ ବିଶିଷ୍ଟ ସଂଗୀତଜ୍ଞ ମୋତିଲାଲ ଦୋରା ସଂଗୀତରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସଭାପତି ପ୍ରଫେସର ଆଦିତ୍ୟ ପ୍ରସାଦ ତାଙ୍କ ବକ୍ତବ୍ୟରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସକୁ ବ୍ରଜମୋହନ ପଣ୍ଡାଙ୍କ ନାମରେ ନାମିତ କରାଯିବା ପାଇଁ ମତ ପ୍ରକାଶ କରିଥିଲେ। ପରିଶେଷରେ ସଭ୍ୟ ସଂପାଦକ ଶ୍ରୀ ରଘୁନାଥ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ