Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶ୍ୱ ପରିବେଶ ଦିବସ: ଏସ୍‌ଏମ୍‌ସି କଲା ବୃକ୍ଷରୋପଣ

ସମ୍ବଲପୁର: ବିଶ୍ୱ ପରିବେଶ ଦିବସ ଅବସରରେ ସମ୍ବଲପୁର ମହାନଗର ନିଗମ (ଏସ୍‌ଏମ୍‌ସି) ପକ୍ଷରୁ ବୁର୍ଲାସ୍ଥିତ ଏମ୍‌ସିସିଏମ୍‌ଆର୍‌ଏଫ୍‌ (MCCMRF) ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।ଏହି ଅବସରରେ ୧୫୦ରୁ ଅଧିକ ଚାରା ରୋପଣ କରାଯାଇଥିଲା।
ଉକ୍ତ କାର୍ଯ୍ୟକ୍ରମରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ସାଂସଦ ପ୍ରତିନିଧି ନାଉରୀ ନାଏକ, ସମ୍ବଲପୁର ମହାନଗର ନିଗମର କମିଶନର ରେହାନ ଖେତ୍ରୀ, ଏବଂ ସମ୍ବଲପୁର ବନଖଣ୍ଡ ଅଧିକାରୀ (ଡିଏଫ୍‌ଓ) ଉପସ୍ଥିତ ଥିଲେ।
ବୃକ୍ଷରୋପଣ ଅଭିଯାନରେ ଏସ୍‌ଏମ୍‌ସିର ସମସ୍ତ ଅଧିକାରୀ, କର୍ମଚାରୀ ଏବଂ ସଫେଇ କର୍ମଚାରୀମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ପରିବେଶ ସୁରକ୍ଷା, ଏବଂ ସବୁଜ ସମ୍ବଲପୁର ଗଠନ ନିମନ୍ତେ ସାମୂହିକ ସଚେତନତା ଓ ଜନଭାଗିଦାରୀର ବାର୍ତ୍ତା ପ୍ରଚାର କରାଯାଇଥିଲା।
ସମ୍ବଲପୁରକୁ ଅଧିକ ସବୁଜ ଏବଂ ପରିବେଶ ଅନୁକୂଳ ସହର ଭାବେ ଗଢ଼ି ତୋଳିବା ଦିଗରେ ଏହି ପଦକ୍ଷେପ ଏସ୍‌ଏମ୍‌ସିର ନିରନ୍ତର ପ୍ରୟାସର ପ୍ରତିଫଳନ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ