କେନ୍ଦ୍ରରେ ୧୨ ଓ ରାଜ୍ୟରେ ୨ ବର୍ଷ ପୂର୍ତ୍ତି ଅବସରରେ ଗୁଡ଼େଶ୍ୱର ମନ୍ଦିରରେ ଦୀପଦାନ
ସମ୍ବଲପୁର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ନେତୃତ୍ବରେ ବାର ବର୍ଷ କେନ୍ଦ୍ର ସରକାର ଓ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ନେତୃତ୍ୱରେ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଗୁଡ଼େଶ୍ବର ବାବା ମନ୍ଦିର ଠାରେ ଦୀପ ଦାନ ଏବଂ ପୂଜାଚର୍ନା କରାଯାଇ ଜନସେବାରେ ଉଭୟ ସରକାରଙ୍କ ସଫଳତା ପାଇଁ ପ୍ରାର୍ଥନା କରାଯାଇଥିଲା। ଜିଲ୍ଲା ସଭାପତି ରାମଚନ୍ଦ୍ର ମେହେର, ରେଙ୍ଗାଲିର ପୂର୍ବତନ ବିଧାୟକ ତଥା ସମ୍ବଲପୁର ସାଂସଦ ପ୍ରତିନିଧି ନାଉରୀ ନାଏକ, ସୁଧୀର ବହିଦାର ପ୍ରମୁଖଙ୍କ ସହିତ ଜିଲ୍ଲା କାର୍ଯ୍ୟକର୍ତ୍ତା ଓ କର୍ମୀ ମାନେ ସାମିଲ ହୋଇଥିଲେ।

