Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଲ୍ୟ ବିବାହ ବନ୍ଦ କରିବା ଓ କିଶୋରୀ ସଶକ୍ତି କରଣ ପାଇଁ ଜିଲ୍ଲା ଟାସ୍କ ଫୋର୍ସ ସମିତି ବୈଠକ

ସମ୍ବଲପୁର :ଆଜି ଜିଲ୍ଲା ସମାଜ ମଙ୍ଗଳ ବିଭାଗ ତରଫରୁ ବାଲ୍ୟ ବିବ।ହ ବନ୍ଦ କରିବା ଓ କିଶୋରୀ ସଶକ୍ତି କରଣ ପାଇଁ ଜିଲ୍ଲା ଟାସ୍କ ଫୋର୍ସ ସମିତି ର ଏକ ସଭା ର ଆୟୋଜନ କର। ହୋଇଥିଲା। ଉକ୍ତ ସଭା ରେ ଜିଲ୍ଲପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦର ସଭାପତିତ୍ୱ କରିଥିଲେ। ଶ୍ରୀମତୀ ପ୍ରତିମା ତନ୍ତୀ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ ଓ କାର୍ଯ୍ୟକ୍ରମ ର ଲକ୍ଷ୍ୟ ଉଦ୍ଦେଶ୍ୟ ସମ୍ପର୍କ ରେ ବକ୍ତବ୍ୟ ପ୍ରଦାନ କରିଥିଲେ।ଉକ୍ତ ସଭା ରେ ଜିଲ୍ଲା ର ତିନୋଟି ବ୍ଲକ୍ ର ୧୨୫ ଟି ଗ୍ରାମ କୁ ବାଲ୍ୟ ବିବାହ ମୁକ୍ତ ଘୋଷୋଣା କରାଯାଇଥିଲା।ରେଙ୍ଗାଲି ବ୍ଳକ୍ ର ସମସ୍ତ ଗ୍ରାମ ବାଲ୍ୟ ବିବାହ ମୁକ୍ତ ଘୋଷୋଣା ହେଲା । ଶ୍ରୀମତୀ ସୁନୀତା ତ୍ରିପାଠୀ ଜିଲ୍ଲା ସଂଯୋଜିକା ଏଡ୍.ଏଟ.ଆକ୍ସନ ସମ୍ବଲପୁର ଜିଲ୍ଲାର ବାଲ୍ୟ ବିବାହ ର ସ୍ଥିତି ସମ୍ପର୍କ ଓ ବାଲ୍ୟ ବିବାହ କୁ ରୋକିବା ଓ କିଶୋରୀ ସଶକ୍ତି କରଣ ପାଇଁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କ ରେ ଉପସ୍ଥାପନ। କରିଥିଲେ।ଜିଲ୍ଲା ପାଳ ସମସ୍ତ ପଂଚାୟତ ରୁ ଜଣାଇ ଲେଖାଁଏ କିଶୋରୀ ବାଳିକା ଓ ବାଳକ ମାନଙ୍କ ମଧ୍ୟରେ ନେତୃତ୍ୱ ବିକାଶ କରିବ। ପାଇଁ ନିର୍ଦେଶ ଦେଇଥିଲେ ଓ ସମସ୍ତେ ମିଶି ବାଲ୍ୟ ବିବାହ ହେଉଥିବା ବିଭିନ୍ନ କ୍ଷେତ୍ର କୁ ଚିହ୍ନଟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।ଉକ୍ତ କାର୍ଯ୍ୟକ୍ରମ ରେ ସିଡି ଓ ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ପ୍ରସନ୍ନ ପ।ତ୍ର ଯୋଗଦେଇଥିଲେ ,ଉପଜିଲ୍ଲାପାଳ ଶ୍ରୀମତୀ ପୁଷ୍ପାଞ୍ଜଳି ପଣ୍ଡା ଶିଶୁ ମାନଙ୍କର ପାଇଁ ଥିବା ବିଭିନ୍ନ ତାଲିମ ସମ୍ପର୍କ ରେ ସୂଚନା ପ୍ରଦାନ କରିଥିଲେ।ସମ୍ବଲପୁର ମହାନଗର ନିଗମ ର ଡେପୁଟୀ କମିଶନର ଶ୍ରୀଯୁକ୍ତ ଭିକ୍ଟର ସୋରେଙ୍ଗ ଉକ୍ତ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ।ଉକ୍ତ କାର୍ଯ୍ୟକ୍ରମ ରେ ଡିଏସପି ଶ୍ରୀମତୀ ତାର।ବତି ପ୍ରଧାନ , ଜିଲ୍ଲା ଶିକ୍ଷା ଅଧିକାରୀ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ,ସିଡିଏମଓ,ଜିଲ୍ଲା ପ୍ରୋଗ୍ରାମ ମ୍ୟାନେଜର ଅଜିବିକ। ମିଶନ,ଉପ ଶ୍ରମ ଅଧିକାରୀ ,ପ।ର। ଲିଗାଲ କର୍ମୀ,କିଶୋର ଓ କିଶୋରୀ ମାନେ ଯୋଗ ଦେଇଥିଲେ।ହରି ଓମ୍ ମାଝୀ କିଶୋର ବାଳକ ଉକ୍ତ କାର୍ଯ୍ୟକ୍ରମ ରେ ସେମାନଙ୍କର ତରଫରୁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କ ରେ ସୂଚନା ପ୍ରଦାନ କରିଥିଲେ ।କିଶୋରୀ ବାଳିକା ସଂଯୁକ୍ତ। ଡାଳୁଅ କିଶୋରୀ ବାଳିକା ମାନେ କରୁଥିବା କାର୍ଯ୍ୟକ୍ରମ ଓ ସେମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କ ରେ ଜିଲ୍ଲା ପାଳ ଙ୍କର୍ ଦୃଷ୍ଟି ଆକର୍ଷଣ କରିଥିଲେ।ଶ୍ରୀଯୁକ୍ତ ପ୍ରଦୀପ ବେହେରା ସମ୍ପାଦକ ଆଦର୍ଶ ସ୍ୱେଚ୍ଛାସେବୀ ସଂଗଠନ ଯୋଗ ଦେଇ ଗ୍ରାମ୍ୟ ସ୍ତରୀୟ ଶିଶୁ ସୁରକ୍ଷା ସମିତି କୁ କିପରି ସୁଦୃଢ଼ କରାଯାଇ ପାରିବ ମତ ପ୍ରଦାନ କରିଥିଲେ। ଉକ୍ତ କ।ର୍ଯ୍ୟକ୍ରମ ରେ ଜିଲ୍ଲା ସ୍ତରୀୟ ଅଧିକାରୀ,ବିଭିନ୍ନ ଜାତି ସମାଜ ର ସଭାପତି ସମ୍ପାଦକ , ସିଡିପିଓ,ପ।ର। ଲିଗାଲ କର୍ମୀ ଜିଲ୍ଲା ଆଇନ ସେବା ପ।ର୍ଧିକରଣ ସଭ୍ୟ ସଭ୍ୟ।,ପ୍ରୋଗ୍ରାମ ଅଫିସର , ,ବୈଷୟିକ ଶିକ୍ଷା ଅନୁଷ୍ଠାନ ମାନେଶ୍ୱର ର ସଦସ୍ୟ,କିଶୋର,କିଶୋରୀ ବାଳକ ଓ ବାଳିକା ,ହବ ର କର୍ମକର୍ତା ମାନେ ଯୋଗ ଦେଇଥିଲେ। ଶ୍ରୀମତୀ ସରିତା ଦାସ ପ୍ରୋଗ୍ରାମ ଅଫିସର କମ୍ ପ୍ରୋଟେକସନ୍ ଅଫିସର କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ