Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶ୍ୱ ଶିଶୁଶ୍ରମ ନିରୋଧ ଦିବସ ଅବସରରେ ସଚେତନତା ରଥର ଶୁଭାରମ୍ଭ

ସମ୍ବଲପୁର:ଶୁକ୍ରବାର ବିଶ୍ୱ ଶିଶୁଶ୍ରମ ନିରୋଧ ଦିବସ ଅବସର ରେ ଜିଲ୍ଲପାଳ, ସମ୍ବଲପୁର ଙ୍କ କାର୍ଯ୍ୟଳୟ ଠାରୁ ଏକ ସଚେତନତା ରଥ ଏବଂ ୧୫ ଦିନ ବ୍ୟାପୀ ସଚେତନତା ଅଭିଯାନ କୁ ଜିଲ୍ଲାପାଳ, ସମ୍ବଲପୁର ଶ୍ରୀଯୁକ୍ତ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଓ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ସମ୍ବଲପୁର ଶ୍ରୀଯୁକ୍ତ ପ୍ରସନ୍ନ କୁମାର ପାତ୍ର ଙ୍କ ଦ୍ଵାରା ପତାକା ଦେଖାଇ ଶୁଭାରମ୍ଭ କରାଯାଇଥିଲା । ଏହି ଅବସରରେ ଜିଲ୍ଲାପାଳ ଶିଶୁ ଶ୍ରମିକ ନିରୋଧ, ଶିଶୁ ସୁରକ୍ଷା, ଉଦ୍ଧାର ହୋଇଥିବା ଶିଶୁଙ୍କୁ ମୁଖ୍ୟ ଧାରା ରେ ଯୋଡ଼ିବା ଓ ଡ୍ରପ୍ ଆଉଟ୍ କମେଇବା ଆମ ମୂଳ ଲକ୍ଷ୍ୟ ବୋଲି ବାର୍ତ୍ତା ଦେଇଥିଲେ । ଏହି ଅଭିଯାନ ରେ ସଚେତନତା ରଥ ସମ୍ବଲପୁର ଜିଲ୍ଲା ପରିଭ୍ରମଣ କରିବା ସଙ୍ଗେ ରେଢ଼ାଖୋଲ, କୁଚିଣ୍ଡା ଓ ରେଙ୍ଗାଲି ଅଞ୍ଚଳରେ ସଚେତନତା ପଦଯାତ୍ରା କରାଯିବ ଏବଂ ଚଢ଼ାଉ ଓ ଉଦ୍ଧାର କାର୍ଯ୍ୟ ମଧ୍ୟ କରାଯିବ l ଉକ୍ତ କାର୍ଯ୍ୟକ୍ରମ ରେ ଯୁଗ୍ମ ଶ୍ରମ ଆୟୁକ୍ତ, ସମ୍ବଲପୁର ଶ୍ରୀଯୁକ୍ତ ମହେଶ୍ୱର ନାଏକ, ଜିଲ୍ଲା ଶ୍ରମ ଅଧିକାରୀ (ପ୍ରବର୍ତ୍ତନ) ଶ୍ରୀଯୁକ୍ତ ଶତ୍ରୁଜିତ ସାହୁ, ଭାରପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ (ମଙ୍ଗଳ) ପୁଷ୍ପା ମିଂଜ଼, ସମସ୍ତ ସହକାରୀ ଶ୍ରମ ଅଧିକାରୀ; ପ୍ରତିନିଧି, ଶିଶୁ ମଙ୍ଗଳ ସମିତି ଡ଼. ରାଜାରାମ ଷଡ଼ଙ୍ଗୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁଚିସ୍ମିତା ପଟ୍ଟନାୟକ, ସଚିବ, ରେଡ୍ କ୍ରସ୍ ପାଣ୍ଠି ରୋଜାଲିନ ତି ର୍କୀ, ଜିଲ୍ଲା ସଂଯୋଜିକା, ଏଡ୍ ଏଟ୍ ଏକ୍ସନ ଶ୍ରୀମତୀ ସୁନିତା ତ୍ରିପାଠୀ ଏବଂ ଆଦର୍ଶ ସ୍ବେଛାସେବୀ ସଂଗଠନ ର ପ୍ରତିନିଧି ଶ୍ରୀ ରଞ୍ଜନ କୁମାର ନାୟକ, ପ୍ରଦୀପ ବେହେରା, ଉମାଶଙ୍କର ଜେନା, ମନୋରଞ୍ଜନ ମହାକୁର ଆଦି ଉପସ୍ଥିତ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ