Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସଡ଼କ ଦୁର୍ଘଟଣା ରେ ସ୍କୁଟି ଆରୋହୀ ମୃତ, ଜଣେ ଗୁରୁତର

ସମ୍ବଲପୁର:ଗତକାଲି ତାରିଖ ୧୨/୦୬/୨୬ ରାତି ପ୍ରାୟ ୮.୩୦ ସମୟରେ ଜୁଜୁମୁରା ଥାନା ଅନ୍ତର୍ଗତ ଘେନୁପାଲିରେ ଏକ ସଡ଼କ ଦୁର୍ଘଟଣା ରେ ଜଣକର ମୃତ୍ୟୁ ଘଟିଛି l ପୋଲିସ ସୂତ୍ରରୁ ସୂଚନା ଅନୁଯାଇ ଏକ ସ୍କୁଟି (OD 11A 3632) ରାସ୍ତାରେ ଥିବା ଏକ ଟ୍ରଲର ( OR 11K 4797)ପଛପାର୍ଶ୍ଵ ରେ ଧକ୍କା ଦେଇଥିଲା l ଫଳସ୍ୱରୂପ ସ୍କୁଟି ଆରୋହୀ ଏବଂ ପଛ ଆରୋହୀଙ୍କ ଶରୀରରେ ଶକ୍ତ ଧକ୍କା ହେବା ଫଳରେ ଶରୀର ରକ୍ତାକ୍ତ ହୋଇଯାଇଥିଲା l ​​ତୁରନ୍ତ ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଥିଲା l କିନ୍ତୁ ସ୍କୁଟି ଆରୋହୀ ଜୁଜୁମୁରା ବ୍ଲକ ଅନ୍ତର୍ଗତ ବୁରୋମାଲର ଅମର ମିର୍ଦ୍ଧା ମେଡିକାଲରେ ମୃତ୍ୟୁବରଣ କରିଥିଲେ ଏବଂ ଆହତ ଖଜୁରପାଲିର ଅରୁଣ ଗୁରୁଙ୍କ ଚିକିତ୍ସା ଚାଲିଛି ବୋଲି ସୂଚନା ଅଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ