ଦୁଇ ବାଇକ ମୁହାଁମୁହିଁ ଧକ୍କା ଜଣେ ମୃତ ୩ ଗୁରୁତର।
କଳାହାଣ୍ଡି,,୨୪/୦୬
କୋକସରା ଥାନା ଅନ୍ତର୍ଗତ ଲଡୁଗାଁ ଜୟପାଟଣା ରାସ୍ତା ମେଗାଲିଫ୍ଟ କେନାଲ ର ପୀତବାସପୁର କେନାଲ ହୁଡା ନିକଟରେ ଆଜି ଅପରାହ୍ନ ରେ ଦୁଇ ବିପରୀତ ଦିଗରୁ ଆସୁଥିବା ୨ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୪ ଜଣ ଯୁବକ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ବେଳେ କୋକସରା ଡାକ୍ତରଖାନାରେ ଜଣେ ଯୁବକ ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଓ ଅନ୍ୟ ୩ ଗୁରୁତର ଯୁବକଙ୍କୁ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି।
ସୂଚନା ମତେ ଆଜି ଅପରାହ୍ନ ସମୟରେ ପୀତବାସପୁର କେନାଲ ହୁଡା ନିକଟରେ ୨ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ୪ ଯୁବକ ଗୁରୁତର ହୋଇଥିବା ବେଳେ ସ୍ଥାନୀୟ ଲୋକମାନେ କୋକସରା ବ୍ଲକ ଉପାଧ୍ୟକ୍ଷ ଙ୍କୁ ସୂଚନା ଦେଇଥିଲେ, ଘଟଣା ସମ୍ପର୍କରେ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ କୋକସରା ପୋଲିସ କୁ ସୂଚନା ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ କୋକସରା ପୋଲିସ ଆଇଆଇସି ସୁଜ୍ଞାନ ବାରିକ ପୋଲିସ ଟିମ ଓ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଗୁରୁତର ଆହତ ଯୁବକଙ୍କୁ ଉଦ୍ଧାର କରି କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଜଣେ ଯୁବକ ଙ୍କ ମୃତ୍ୟୁ ହୋଇଥିବା ବେଳେ ଯୁବକ ଙ୍କ ପରିଚୟ ମିଳିନାହିଁ। ଅନ୍ୟପଟେ ଦୁଇ ଗୁରୁତର ଯୁବକ ଙ୍କ ପରିଚୟ ମିଳିଛି, ସେମାନେ ହେଲେ କୋକସରା ବ୍ଲକ ଖୁଣ୍ଟିଆ ପଞ୍ଚାୟତ ତେନ୍ତୁଳିପଡା ର କ୍ଷିତିରାମ ପୋଟା ଓ ମିତ୍ରଭାନୁ ମାଝୀ,ଅନ୍ୟ ଜଣେ ଗୁରୁତର ଯୁବକ ଓ ମୃତ ଯୁବକ ର ପରିଚୟ ମିଳିନାହିଁ।ପୋଲିସ ଘଟଣା ର ତଦନ୍ତ ଜାରି ରଖିଛନ୍ତି।

