Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବାସ ନାୟକ ତୃତୀୟ ଥର ପାଇଁ ପାଇବେ ପ୍ରକୃତିବନ୍ଧୁ ପୁରସ୍କାର

ଜମନକିରା : ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଇତି ମଧ୍ୟରେ ରାଜ୍ୟର ବିଭିନ୍ନ ବ୍ଲକ ର ପ୍ରତିଭା ଓ ଅନୁଷ୍ଠାନ କୁ ପ୍ରକୃତି ବନ୍ଧୁ ଓ ପ୍ରକୃତି ମିତ୍ର ପୁରସ୍କାର ର ନାମ ତାଲିକା ପ୍ରକାଶ ପାଇଛି ।ଏହି କ୍ରମ ରେ ଚଳିତ ବର୍ଷ ସମ୍ବଲପୁର ଜିଲ୍ଲାର ଦୁଇ ଗୋଟି ଅନୁଷ୍ଠାନ ଓ ପାଞ୍ଚ ଜଣ ସ୍ବେଚ୍ଛାସେବୀ ଙ୍କୁ ଯଥାକ୍ରମେ ପ୍ରକୃତି ମିତ୍ର ଓ ପ୍ରକୃତି ବନ୍ଧୁ ପୁରସ୍କାର ପାଇଁ ନାମ ଘୋଷିତ ହୋଇଛି । ଜମନକିରା ବ୍ଲକ ପାଇଁ ଅବସର ପ୍ରାପ୍ତ ଅଧ୍ୟକ୍ଷ ତଥା ସାମାଜିକ କର୍ମୀ ସୁବାସ ଚନ୍ଦ୍ର ନାୟକ ଙ୍କ ନାମ ଘୋଷିତ ହୋଇଛି ।ବିଗତ ବର୍ଷ ବ୍ଲକ ର ବିଭିନ୍ନ ସ୍କୁଲ ,କଲେଜ ର ବୃକ୍ଷ ରୋପଣ ଓ ପ୍ରକୃତି ସଂରକ୍ଷଣ ପାଇଁ ସଚେତନତା ,ଜଙ୍ଗଲ ରେ ନିଆଁ ନ ଲାଗିବା ,ବନ୍ୟ ପ୍ରାଣୀ ର ସୁରକ୍ଷା ସମେତ ସାହିତ୍ୟ ରଚନା ମାଧ୍ୟମ ରେ ପ୍ରକୃତି ସୁରକ୍ଷା ପାଇଁ ଏହି ପୁରସ୍କାର ଘୋଷଣା ହୋଇ ଥିବାରୁ ସହଯୋଗ କରିଥିବା ସଂପୃକ୍ତ ଶିକ୍ଷାନୁଷ୍ଠାନ ,ଜଙ୍ଗଲ ବିଭାଗ ଓ ସହଯୋଗୀ ମାନଙ୍କୁ ଶ୍ରୀ ନାୟକ କୃତଜ୍ଞତା ଜଣାଇଛନ୍ତି ।ପ୍ରକାଶ ଥାଉ କି ସେ ଏହା ପୂର୍ବରୁ ବାମରା ଓ କୁଚିଣ୍ଡା ବ୍ଲକ ପକ୍ଷରୁ ମଧ୍ୟ ମୋଟ ଦୁଇଥର ପ୍ରକୃତିବନ୍ଧୁ ପୁରସ୍କାର ପାଇଥିବା ବେଳେ ଅତୀତରେ ତାଙ୍କ ଅଧ୍ୟକ୍ଷତାରେ ପରିଚାଳିତ କୁଟୁରାଚୁଆଁ କଲେଜ୍ କୁ ମଧ୍ୟ ଉପଖଣ୍ଡ ର ଶ୍ରେଷ୍ଟ ଅନୁଷ୍ଠାନ ଭାବରେ ଦୁଇ ଥର ବନିକରଣ ସମ୍ମାନ ମିଳି ସାରିଛି ।ତାଙ୍କୁ ଅନୁକରଣ କରି ଏହି କାର୍ଯ୍ୟ ରେ ସହଯୋଗ କରିଥିବା ଦଶ ଜଣ ବ୍ୟକ୍ତି ମଧ୍ୟ ଏହି ପୁରସ୍କାର ପାଇ ସାରିଥିବା ବେଳେ ଚଳିତ ବର୍ଷ ବାମରା ରୁ ଜଣେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତୁଳସୀ ମଞ୍ଜରୀ ବହିଦାର ଓ ଯୁଯୁମୁରା ବ୍ଲକ ରୁ କବି ପ୍ରଦ୍ୟୁମ୍ନ ବିଶି ଏହି ସମ୍ମାନ ପାଇବାକୁ ନାମ ଘୋଷିତ ହୋଇଛି ।ଏହି ସୂଚନା ମିଳିବା ପରେ ବିଭିନ୍ନ ମହଲ ରୁ ତାଙ୍କୁ ଅଭିନନ୍ଦନ ଜଣାଊଥିବା ଜଣା ଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ