Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୭୦ ବର୍ଷୀୟ ବୃଦ୍ଧଙ୍କୁ ଲୁହା ପାଇପରେ ଆକ୍ରମଣ ଅଭିଯୋଗ, ଅଭିଯୁକ୍ତ ଗିରଫ, ଆଜି କୋର୍ଟ ଚାଲାଣ

ଝାରସୁଗୁଡ଼ା ୨୭/୬ (ଓଡ଼ିଶା ନ୍ୟୁଜ୍) ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କୁ ଲୁହା ପାଇପରେ ଅତର୍କିତ ଆକ୍ରମଣ କରିଥିବା ଅଭିଯୋଗରେ ରେଙ୍ଗାଲି ପୁଲିସ ଜଣେ ଯୁବକକୁ ଗିରଫ କରିଥିବା ବେଳେ ଆଜି ତାଙ୍କୁ କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ରେଙ୍ଗାଲି ଥାନା ଅନ୍ତର୍ଗତ କୁସମେଲ ଗ୍ରାମର ତ୍ରାହିକର କାଲୋ (୪୪)।
ପୁଲିସର ସୂଚନା ଅନୁଯାୟୀ, ରେଙ୍ଗାଲି ଥାନା ଅନ୍ତର୍ଗତ ବାଦିମାଲ ଗ୍ରାମ ପଞ୍ଚାୟତ କୁସମେଲ ଗ୍ରାମର ପଞ୍ଚୁ ମେହେର (୭୦) ପ୍ରତିଦିନ ଭଳି ଆଜି ସକାଳେ ତାଙ୍କ ସ୍କୁଟି ରେ ନିକଟସ୍ଥ ବଡ଼ଧରା ଗ୍ରାମକୁ ଯାଇ ଗୋରସ ଦେଇ ନିଜ ଘରକୁ ଫେରୁଥିଲେ। ଠିକ ଏହି ସମୟରେ କୁସମେଲ ଗ୍ରାମର ତ୍ରାହିକର କାଲୋ ଗାଁର ବାରିକ ମୁଡ଼ା ରାସ୍ତାରେ ଏକ ଲୁହା ପାଇପ ଧରି ଛିଡ଼ା ହୋଇଥିଲେ । ପଞ୍ଚୁ ସେ ସ୍ଥାନକୁ ପହଞ୍ଚିବା କ୍ଷଣି ତ୍ରାହିକର ତାଙ୍କୁ ସେଠାରେ ଅଟକାଇ ଅସଭ୍ୟ ଭାଷାରେ ଗାଲି ଗୁଲଜ କରିବା ସହ ଉତକ୍ଷିପ୍ତ ହୋଇ ଆଜି ତତେ ଜୀବନରେ ମାରି ଦେବି କହି ସେ ଧରିଥିବା ଲୁହା ପାଇପରେ ପଞ୍ଚୁଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ଆକ୍ରମଣ କରିଥିଲେ । ହେଲେ ସୌଭାଗ୍ୟ ବଶତଃ ଲୁହା ପାଇପଟି ପଞ୍ଚୁଙ୍କ ମୁଣ୍ଡରେ ନ ବାଜି ତାଙ୍କ ବାମ ଜଙ୍ଘରେ ବାଜି ରକ୍ତ ସ୍ରାବ ହୋଇଥିଲା । ଏହା ଦେଖି ଆଖପାଖରେ ଥିବା ସ୍ଥାନୀୟ ଲୋକେ ଦୌଡ଼ି ଆସିବାରୁ ଅଭିଯୁକ୍ତ ତ୍ରାହିକର ସେଠାରୁ ଚାଲି ଯାଇଥିଲା । ଏ ସଂପର୍କରେ ତାଙ୍କ ପରିବାର ଲୋକେ ଖବର ପାଇ ଘଟଣା ସ୍ଥଳକୁ ପହଞ୍ଚି ପଞ୍ଚୁ ଙ୍କୁ ଚିକିତ୍ସା ପାଇଁ ଲଖନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ।
ଆହତ ପଞ୍ଚୁଙ୍କ ପୁଅ ତେଜରାମ ମେହେର ରେଙ୍ଗାଲି ଥାନାରେ କରିଥିବା ଲିଖିତ ଅଭିଯୋଗ ଅନୁସାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ତ୍ରାହିକରଙ୍କୁ ଗିରଫ କରିବା ସହ ଆଜି କୋର୍ଟ ଚାଲାଣ କରା ଯାଇଛି ଏବଂ ଅଧିକ ତଦନ୍ତ ଜାରି ରହିଥିବା ଏସଆଇ ଚିତ୍ରସେନ ଦେହେରୀ ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories