Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଭିନ୍ନ କ୍ରୀଡ଼ାରେ ପଦକ ବିଜେତା କ୍ରୀଡ଼ାବିତ ଜିଲାପାଳଙ୍କ ଦ୍ବାରା ସମ୍ୱର୍ଦ୍ଧିତ

ଝାରସୁଗୁଡ଼ା, ୩୦/୬ (ଓଡ଼ିଶା ନ୍ୟୁଜ୍): ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ବିଭିନ୍ନ କ୍ରୀଡ଼ା ବିଭାଗରେ ଜାତୀୟ ଓ ରାଜ୍ୟ ସ୍ତରରେ ପଦକ ହାସଲ କରିଥିବା କ୍ରୀଡ଼ାବିତ ମାନଙ୍କୁ ସମ୍ବର୍ଦ୍ଧନା ଦିଆ ଯାଇଛି। ଜିଲ୍ଲାପାଳ କୁଣାଲ ମୋତିରାମ ଚୱାଣ କ୍ରୀଡ଼ାବିତ ମାନଙ୍କୁ ଉତ୍ତରୀୟ ଓ ଚାରା ପ୍ରଦାନ କରି ସମ୍ମାନିତ କରିଥିଲେ।
ଏହି ଅବସରରେ ଜିଲ୍ଲାପାଳ କ୍ରୀଡ଼ାବିତ ମାନଙ୍କ ସହ ଆଲୋଚନା କରି ସେମାନଙ୍କର ଅଭ୍ୟାସ, ପ୍ରତିଯୋଗିତାର ଅନୁଭୂତି, ସଫଳତା ଓ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ। କ୍ରୀଡ଼ାବିତ ମାନଙ୍କ ପ୍ରତିଭାର ବିକାଶ ପାଇଁ ଆବଶ୍ୟକ ସୁବିଧା ଓ ସହଯୋଗ ଯୋଗାଇବାରେ ଜିଲ୍ଲା ପ୍ରଶାସନ ସଦା ପ୍ରତିଶ୍ରୁତି ବଦ୍ଧ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ।
ସେ ଆହୁରି ମଧ୍ୟ କହିଥିଲେ ଯେ, କ୍ରୀଡ଼ା କେବଳ ଶାରୀରିକ ଦକ୍ଷତାର ବିକାଶ କରେ ନାହିଁ, ବରଂ ଶୃଙ୍ଖଳା, ଆତ୍ମବିଶ୍ୱାସ ଓ ନେତୃତ୍ୱ ଗୁଣର ବିକାଶରେ ମଧ୍ୟ ସହାୟକ ହୋଇଥାଏ। ଝାରସୁଗୁଡ଼ା ଜିଲ୍ଲାର କ୍ରୀଡ଼ାବିତ ମାନେ ରାଜ୍ୟ ଓ ଜାତୀୟ ସ୍ତରରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଜିଲ୍ଲାର ଗୌରବ ବୃଦ୍ଧି କରୁ ଥିବାରୁ ସେ ସେମାନଙ୍କୁ ପ୍ରଶଂସା କରିଥିଲେ। ଭବିଷ୍ୟତରେ ଆହୁରି ନିଷ୍ଠା ଓ ପରିଶ୍ରମ ସହ ଅଭ୍ୟାସ ଜାରି ରଖି ଉଚ୍ଚତର ସଫଳତା ହାସଲ କରିବାକୁ ଜିଲ୍ଲାପାଳ କ୍ରୀଡ଼ାବିତ ମାନଙ୍କୁ ଉତ୍ସାହିତ କରିଥିଲେ।
କ୍ରୀଡ଼ାବିତମାନେ ମଧ୍ୟ ନିଜ ଅଭ୍ୟାସ ପ୍ରକ୍ରିୟା, ଆବଶ୍ୟକତା ଓ କ୍ରୀଡ଼ା ଭିତ୍ତିଭୂମିର ଉନ୍ନତି ସମ୍ପର୍କରେ ମତାମତ ରଖିଥିଲେ। ସେମାନଙ୍କ ପ୍ରସ୍ତାବକୁ ଗୁରୁତ୍ୱର ସହ ବିଚାର କରାଯିବ ବୋଲି ଜିଲ୍ଲାପାଳ ଆଶ୍ୱାସନା ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଥଲେଟିକ୍ସ ଆସୋସିଏସନ (DAA)-ର ସଭ୍ୟ, ସଭ୍ୟା, କ୍ରୀଡ଼ା ପ୍ରଶିକ୍ଷକ ଓ ବିଭିନ୍ନ କ୍ରୀଡ଼ା ବିଭାଗର ପଦକ ବିଜେତା କ୍ରୀଡ଼ାବିତମାନେ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories