Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଳରାମ ଯୋଜନା ରେ ଭୁମିହୀନ ଚାଷି ଙ୍କୁ ଋଣ ପ୍ରଦାନ।

କୋକସରା:୩୧/୦୫ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସ୍ତରୀୟ ବଳରାମ ମାସ ପାଳନ ଋଣ ବଣ୍ଟନ ମେଳା ବ୍ଲକ ସଭାଗୃହ ରେ ଅନୁଷ୍ଠିତ ହୋଇଯାଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ପକ୍ଷରୁ ଭୁମିହୀନ ଚାଷି ଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଏହି ଯୋଜନା କୁ ରାଜ୍ୟ ସରକାର କାର୍ଯ୍ୟକାରୀ କରିଥିବା ବେଳେ ବିଭିନ୍ନ ସମବାୟ ସମିତି ଅଧୀନରେ ଥିବା ଭୁମିହୀନ ଚାଷି ଙ୍କୁ ଏହି ଋଣ ପ୍ରଦାନ କରାଯାଉଛି। ବୁଧବାର କୋକସରା କେନ୍ଦ୍ର ସମବାୟ ସମିତିର ଅଧୀନ ରେ ଥିବା କୋକସରା ବ୍ଲକ ର ବିଭିନ୍ନ ପେକ୍ସ ଅଧୀନରେ ରହିଥିବା ଚାଷି ଙ୍କୁ ବଳରାମ ଯୋଜନା ରେ ଋଣ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମ ରେ କୋକସରା କେନ୍ଦ୍ର ସମବାୟ ବ୍ୟାଙ୍କ ମ୍ୟାନେଜର ଇନ୍ଦ୍ରମଣି ଧ. ମାଝୀ,କୋକସରା ଓ ଲଡୁଗାଁ ଷ୍ଟେଟ ବ୍ୟାଙ୍କ ମ୍ୟାନେଜର,ଆକ୍ସିସ ବ୍ୟାଙ୍କ ମ୍ୟାନେଜର ସମବାୟ ସମ୍ପାଦକ ନିରଞ୍ଜନ ପ୍ରସାଦ ବାଗ, ବିକାଶ ପଣ୍ଡା, ରଞ୍ଜନ ପାଣିଗ୍ରାହୀ, କ୍ଷମାନିଧି ବାଗ, ପଦ୍ମନ ବାଗ ଓଏଲଏମ ସହାୟକ ସୁରେଶ ରାଉତ,କୃଷି ବିଭାଗ ର ଅଧିକାରୀ କର୍ମଚାରୀ ଓ ଚାଷି ମାନେ ଉପସ୍ଥିତ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ