Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଷ୍ଟେଟବ୍ୟାଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ମିଳିଲା ବୀମା ସହାୟତା ରାଶି

ଜମନକିରା : ଜମନକିରା ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଆଜି ପ୍ରଧାନମନ୍ତ୍ରୀ ଜୀଵନ ଜ୍ୟୋତି ଯୋଜନାର ସାମିଲ ହୋଇଥିବା ବଡରମା ପଞ୍ଚାୟତ ଅନ୍ତର୍ଗତ ଛେମୁଣ୍ଡା ଗାଁର ମୃତ ସୁନିତା ନାୟକଙ୍କ ସ୍ବାମୀଙ୍କୁ ୨ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯାଇଛି। ୨ଲକ୍ଷ ଟଙ୍କା ପାଇ ସୁନିତାଙ୍କ ସ୍ବାମୀ ପ୍ରମୋଦ ନାୟକ ଆତ୍ମ ବିଭୋର ହୋଇପଡିଛନ୍ତି।
ସୂଚନା ଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ଜୀଵନ ଜ୍ୟୋତି ଯୋଜନାରେ ଶାଖା ପକ୍ଷରୁ ୧ଶହ ଟଙ୍କା ବୀମାରାଶି ଜମା ଖାତାରୁ ବୀମା କମ୍ପାନୀ କୁ ପ୍ରଦାନ କରାଯାଇଥିଲା। ଉକ୍ତ ଯୋଜନାରେ ବୀମା କରିଥିବା ବ୍ୟକ୍ତିର ଯଦି କୌଣସି କାରଣ ବଶତଃ ମୃତ୍ୟୁ ହୋଇଯାଏ। ତାହେଲେ ତାଙ୍କ ପରିବାର ଲୋକଙ୍କୁ ୨ଲକ୍ଷ ଟଙ୍କା ବୀମା କମ୍ପାନୀ ପକ୍ଷରୁ ସଂପୃକ୍ତ ବ୍ୟାଙ୍କ ଶାଖାରେ ୨ଲକ୍ଷ ଟଙ୍କା ମୃତ୍ୟୁର କମ ଦିନ ମଧ୍ୟରେ ପୈଠ ହୋଇଥାଏ। ଗରିବ ଶ୍ରେଣୀର ଲୋକେ ଏହି ବୀମା ଯୋଜନାରେ ଉପକୃତ ହୋଇପାରନ୍ତି। ମୃତ ସୁନିତଙ୍କ ମୃତ୍ୟୁ ହେବା ପରେ ଆଜି ତାଙ୍କ ସ୍ବାମୀଙ୍କୁ ଶାଖା ପରିଚାଳକ ନରେନ୍ଦ୍ର ବାଗ ୨ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି। ସ୍ବାମୀ ପ୍ରମୋଦ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ବେଳେ ଆଜି ମିଳିଥିବା ୨ଲକ୍ଷ ଟଙ୍କା ତାଙ୍କୁ ବହୁତ ଆନନ୍ଦିତ କରିଛି ବୋଲି ପ୍ରକାଶ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ