Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେପି ଜମନକିରା ମଣ୍ଡଳ ପକ୍ଷରୁ କାର୍ଯ୍ୟକାରିଣୀ ବୈଠକ

ଜମନକିରା : ଜମନକିରା ବ୍ଲକ ବଡରମା ପଞ୍ଚାୟତ ଷଣ୍ଢପଥର ଠାରେ ମଣ୍ଡଳ ସ୍ତରୀୟ ଏକ କାର୍ଯ୍ୟକାରିଣୀ ବୈଠକ ମଣ୍ଡଳ ସଭାପତି ଅମୋଘ କୁମାର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ସାଧାରଣ ସମ୍ପାଦକ ରବିନାରାୟଣ ନାଏକ, ଜିଲ୍ଲା ସାଧାରଣ ସମ୍ପାଦକ ସୁଶୀଲ କର, ଜିଲ୍ଲା ଉପସଭାପତି ବୀରେନ୍ଦ୍ର ଚୌଧୁରୀ, ପୂର୍ବତନ ସଭାପତି ସୁନୀଲ ମୁଦୁଲି, ଶ୍ରୀକାନ୍ତ ପଟେଲ ପ୍ରମୁଖ ଉପସ୍ଥିତ ରହି ଆଗାମୀ ଦିନର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ୯ବର୍ଷ ପୂର୍ତ୍ତୀ ଉପଲକ୍ଷେ ବୁଥ ସ୍ତରୀୟ ମହା ଜନସମ୍ପର୍କ ଯାତ୍ରା ସଫଳ ହେବା ସହ ତୃଣମୂଳ ସ୍ତରରେ ସଂଗଠନ ଆହୁରି ମଜବୁତ କରିବା ଆଦି ପ୍ରସଙ୍ଗରେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବୈଠକରେ ମଣ୍ଡଳ ସାଧାରଣ ସମ୍ପାଦକ ବିଜୟ ନାଏକ, ମଣ୍ଡଳ ଉପ-ସଭାପତି ରାଜୀବ ନାୟକ, ନରୋତ୍ତମ ଭାଇଁସା, ଲୋକେଶ ଚୌଧୁରୀ, କ୍ଷମାସାଗର ବେହେରା, ଉମେଶ ପଟେଲଙ୍କ ସମେତ ମଣ୍ଡଳ ପଦାଧିକାରୀ, କାର୍ଯ୍ୟକାରିଣୀ ସଭ୍ୟ ସଭ୍ୟା, ସମସ୍ତ ଶକ୍ତି କେନ୍ଦ୍ର ପ୍ରମୁଖ, ସହ ପ୍ରମୁଖ, ସମସ୍ତ ବୁଥ ସଭାପତି ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ