Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରାରେ ଅଭାବନୀୟ ଘଟଣା: ପୋଖରୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ

ଜମନକିରା : ଜମନକିରା ଥାନା ସଦର ମହକୁମା ଅନ୍ତର୍ଗତ ରାଧାକୃଷ୍ଣପଡ଼ା ଅଞ୍ଚଳରେ ଏକ ଦୁଃଖଦାୟକ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଏକ ପୋଖରୀରେ ବୁଡ଼ିଯିବା ଯୋଗୁଁ ଜଣେ ଯୁବକଙ୍କର ଅକାଳ ବିୟୋଗ ଘଟିଛି। ମୃତ ଯୁବକ ଜଣକ ହେଉଛନ୍ତି ରାଧାକୃଷ୍ଣପଡ଼ାର ସନ୍ତୋଷ ପଟେଲଙ୍କ ପୁତ୍ର ସୁଶାନ୍ତ ପଟେଲ (୩୪) ବୋଲି ଜଣାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ସୁଶାନ୍ତ ଜମନକିରାର ଏକ ପୋଖରୀକୁ ଗତକାଲି ଗାଧୋଇ ଯାଇଥିବା ବେଳେ କୌଣସି କାରଣବଶତଃ ପାଣିରେ ବୁଡ଼ି ଯାଇଥିଲେ। ପରିବାର ଲୋକ ବହୁ ଖୋଜାଖୋଜି କଲା ମଧ୍ୟ ତାର କୌଣସି ଖୋଜ ଖବର ମିଳିନଥିଲା। ଆଜି ସ୍ଥାନୀୟ ଲୋକେ ମୁଖ୍ୟାଛକ ସ୍ଥିତ ଏକ ପୋଖରୀରେ ଶବ ଭାସୁଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପୋଲିସ ତାକୁ ଉଦ୍ଧାର କରିଥିଲେ ହେଁ, ସେତେବେଳକୁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି। ପୋଲିସ ଏହି ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ କୁଚିଣ୍ଡା କୁ ପଠେଇ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ