Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଟଙ୍ଗପାଣି ଓ ଭୋଜପୁର ପଞ୍ଚାୟତରେ ନୂତନ ଲ୍ୟାମ୍ପସ ଉଦଘାଟନ

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ଭୋଜପୁର ପଞ୍ଚାୟତ ଏବଂ କଟଙ୍ଗପାଣି ପଞ୍ଚାୟତରେ ନୂତନ ଲ୍ୟାମ୍ପସ ସ୍ଥାନୀୟ ବିଧାୟକ କିଶୋର ଚନ୍ଦ୍ର ନାଏକଙ୍କ କରକମଳରେ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ଜମନକିରା ଲ୍ୟାମ୍ପସ ସଭାପତି ଉମାକାନ୍ତ ପ୍ରଧାନ, ବ୍ଲକ ଅଧ୍ୟକ୍ଷା ଆଶ୍ରିତା ଭୋଇ, ଜୋନ ୨ ଜିଲ୍ଲାପରିଷଦ ସଭ୍ୟା ତନୟା ଧୂରୂଆ, କଟଙ୍ଗପାଣି ସରପଞ୍ଚ ଟୁଲେଶ୍ୱରୀ ମାଝୀ, ସମିତି ସଭ୍ୟ ସନାତନ ବାଘ, ସମ୍ବଲପୁର ଡିଆରସିଏସ ଲିଙ୍ଗରାଜ ନାଏକ କୁଚିଣ୍ଡା ଏଆରସିଏସ ଭବାନୀ କାନ୍ତ ନାଏକ ସମେତ ବହୁ ଅଗ୍ରଣୀ ଚାଷୀମାନେ ତଥା ସ୍ଥାନୀୟ ବିଜେଡି କର୍ମୀମାନେ ଉପସ୍ଥିତ ଥିଲେ। ତେବେ ଲ୍ୟାମ୍ପସ ଗୁଡିକର ସମ୍ପ୍ରସାରଣ ହେବା ଦ୍ବାରା ଚାଷୀ ମାନେ ସୁରୁଖୁରୁରେ ଲ୍ୟାମ୍ପସ ସେବା ପାଇବା ନେଇ ଚାଷୀ ମହଲରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ