Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାଉଡୋଳା ଠାରେ ନୂତନ ପ୍ରାଥମିକ କୃଷି ସମବାୟ ସମିତି ଉଦଘାଟିତ।

କୋକସରା:୦୨/୦୬ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଳା ନୂତନ ପ୍ରାଥମିକ ସମବାୟ ସମିତି ଆଜି ଉଦଘାଟିତ ହୋଇଯାଇଛି। ପୂର୍ବରୁ ଏହି ସମବାୟ ସମିତି ଆମପାଣି ପେକ୍ସ ଅଧୀନ ରେ ରହିଥିବା ବେଳେ ଏଣିକି କାଉଡୋଳା ସମବାୟ ଅଧୀନ ର ଚାଷି କାଉଡୋଳା ସମବାୟ ରେ କୃଷିଋଣ ଓ ପରାମର୍ଶ ସମର୍କିତ ସମସ୍ତ କାରବାର କରିପାରିବେ। ଉଦଘାଟନୀ ଉତ୍ସଵ ଅବସର ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୋୖଷଧି ବାଗ ଯୋଗଦେଇ ଆନୁଷ୍ଠାନିକ ଭାବେ କାଉଡୋଳା ସମବାୟ ସମିତିର ନୂତନ ଅସ୍ଥାୟୀ କାର୍ଯ୍ୟାଳୟ ଉଦଘାଟନ କରିଥିଲେ ଓ କୃଷକ ଙ୍କ ସୁଖଦୁଃଖ ର ସାଥି ହେଉଛି ପ୍ରାଥମିକ ସମବାୟ ସମିତି ବର୍ତ୍ତମାନ ରାଜ୍ୟ ସରକାର ଚାଷି ଙ୍କ ପାଇଁ ବିନା ସୁଧ ରେ ୧ ଲକ୍ଷ ପର୍ଯ୍ୟନ୍ତ ଋଣ ସମବାୟ ସମିତି ଜରିଆରେ ଯୋଗାଇ ଦେଇଛନ୍ତି ଚାଷୀମାନେ ଏହାର ଲାଭ ନେବାକୁ ପରାମର୍ଶ ଦେଇଥିଲେ।ସମ୍ମାନିତ ଅତିଥି ଭାବେ କେନ୍ଦ୍ର ସମବାୟ ସମିତି ଜିଲ୍ଲା ଅଧ୍ୟକ୍ଷ ଗିରିଶ ଚନ୍ଦ୍ର ବେହେରା,ସଚ୍ଚିଦାନନ୍ଦ ମହାକୁଡ଼, କୋକସରା ତହସିଲଦାର ଦେବବ୍ରତ କରାଟି,କୋକସରା କେନ୍ଦ୍ର ସମବାୟ ବ୍ୟାଙ୍କ ମ୍ୟାନେଜର ଇନ୍ଦ୍ରମଣି ଧଙ୍ଗଡା ମାଝୀ ମଞ୍ଚ ରେ ଉପସ୍ଥିତ ରହି ନୂତନ ସମବାୟ ସମିତି ଅଧୀନରେ ଉପସ୍ଥିତ ଥିବା ଚାଷି ଙ୍କୁ ସମବାୟ ସହ ଯୋଡି ହେବାକୁ ପରାମର୍ଶ ଦେଇଥିଲେ ଓ ନୂତନ ଭାବେ କାଉଡୋଳା ସମବାୟ ସମିତି ଖୋଲିଥିବାରୁ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇବା ସହ ଏହି ସମବାୟ ସମିତି ଖୋଲିବା ପରେ ଏହି ଅଞ୍ଚଳ ର ଚାଷି ମାନେ ରାଜ୍ୟ ସରକାରଙ୍କ ବିଭିନ୍ନ କୃଷି ଯୋଜନା ରେ ସାମିଲ ହୋଇ ଉପକୃତ ହେବେ ବୋଲି ମତ ଦେଇଥିଲେ। ଏହି ଅବସର ରେ କାଉଡୋଳା ସମବାୟ ଅଧୀନରେ ଥିବା ଅନେକ ଚାଷି ଓ ଗ୍ରାମବାସୀ ମାନେ ଯୋଗ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ