Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋ ଘର ପାଇଁ ଭିଏଲଇ ପ୍ରଶିକ୍ଷଣ ଓ ସଚେତନତା ଶିବିର ଅନୁଷ୍ଠିତ

ରକୋକସରା: ରାଜ୍ୟ ସରକାର 5 ଟି ଯୋଜନା ରେ ମୋ ଘର ଯୋଜନା ଘୋଷଣା କରିଛନ୍ତି। ଗରିବ ଓ ମଧ୍ୟବିତ୍ତ ପରିବାର କୁ ମୋ ଘର ଯୋଜନା ରେ ଘର ନିର୍ମାଣ ଓ ସମ୍ପ୍ରସାରଣ କରିବା ପାଇଁ ଆର୍ଥିକ ସହାୟତା ବ୍ୟାଙ୍କ ରୁ ଋଣ ଜରିଆରେ ମୋ ଘର ହିତାଧିକାରୀ ଙ୍କୁ ଯୋଗାଇ ଦିଆଯିବ ଏହି ଯୋଜନା ରେ କେମିତି ଯୋଗ୍ୟ ହିତାଧିକାରୀ ଘର ପାଇବେ ଋଣ କେମିତି ପାଇବେ କେତେ ସବସିଡ଼ି ପାଇବେ ସେନେଇ ଶୁକ୍ରବାର ଏକ କର୍ମଶାଳା କୋକସରା ବ୍ଲକ ପରିସର ରେ ଥିବା ସଭାଗୃହ ରେ ବ୍ଲକ ର ଭି ଏଲ ଇ ଙ୍କୁ ନେଇ ଏକ ପ୍ରଶିକ୍ଷଣ ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳା ରେ ଜିଲ୍ଲା ଇ ଗଭରମେଣ୍ଟ ମ୍ୟାନେଜର ସଞ୍ଜୀବ କୁମାର ଚୌଧୁରୀ, ଜିଲ୍ଲା ମୋ ସେବା କେନ୍ଦ୍ର ପରିଚାଳକ ସ୍ୱାଗତ ରଞ୍ଜନ ସାହୁ ଯୋଗଦେଇ ବ୍ଲକ ରେ କାର୍ଯ୍ୟରତ ଭି ଏଲ ଇ ମାନଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି। ଏହି କର୍ମଶାଳା ରେ ବ୍ଲକ ଭି ଏଲ ଇ ଶରତ କୁମାର ଦାସ, ରୋହିତ କୁମାର ଗୋପାଳ, ଗୋରେଖ ନାଏକ, ନାରାୟଣ ନାଏକ, ଅର୍ଜୁନ ମାଝୀ, ବିକ୍ରମ ନାଏକ, ଖୁଶିରାମ ଦାସ, ମାନସ ରଞ୍ଜନ ସିଂ, ଅଜୟ କୁମାର ଯାଦବ, କାଳିକୃଷ୍ଣ ସିଂ, ସୁରେନ୍ଦ୍ର ଯୋଶୀ, ଅନିତା ଗୋପାଳ ପ୍ରମୁଖ ଉପସ୍ଥିତ ରହି ପ୍ରଶିକ୍ଷଣ ଶିବିରରେ ଭାଗ ନେଇଥିଲେ।