Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା; ୪୮ଟି ଟ୍ରେନ ଚଳାଚଳ ବାତିଲ

ବାଲେଶ୍ବର: ଓଡିଶା ବାଲେଶ୍ୱର ଜିଲ୍ଲା ବାହାନଗା ଠାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ଶତାଧିକ ସଂଖ୍ୟାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପରେ ଏବେ ରେଳ ବିଭାଗ ତରଫରୁ ୪୮ଟି ଟ୍ରେନ ଚଳାଚଳ ବାତିଲ କରାଯାଇଛି ।

ହାୱଡା-ଚେନ୍ନାଇ ଲାଇନରେ ଦୁର୍ଘଟଣା କାରଣରୁ ୪୮ ଟି ଟ୍ରେନ ଚଳାଚଳ ବାତିଲ କରାଯାଇଥିବା ସୂଚନ ମିଳିଛି । ଏହାସହ ଅନେକ ଟ୍ରେନର ରୁଟ ମଧ୍ୟ ପରିବର୍ତ୍ତନ କରାଯାଇଛି ।

ତେବେ ଏହାକୁ ଦୃଷ୍ଟି ‌ରଖି ଦୁର୍ଘଟଣାରେ ଶିକାର ହୋଇଥିବା ଲୋକଙ୍କ ସୂଚନା ପାଇବାକୁ ରେଳ ବିଭାଗ ତରଫରୁ ହେଲପଲାଇନ ନମ୍ବର ଜାରି କରାଯାଇଛି । ଏହି ନମ୍ବରକୁ ଫୋନ କରି ଲୋକମାନେ ଦୁର୍ଘଟଣା ଓ ସେମାନଙ୍କ ପରିଜନଙ୍କ ସଂପର୍କରେ ସୂଚନା ପାଇପାରିବେ ।