Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସଂରକ୍ଷିତ ଜଙ୍ଗଲ କାଟିବା ଅଭିଯୋଗ ରେ ଅଭିଯୁକ୍ତ କୁ କୋର୍ଟ ଚାଲାଣ।

କୋକସରା:୦୩/୦୬ : କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନାଞ୍ଚଳ ଅଧୀନରେ ଥିବା ଧର୍ମଗଡ ରେଞ୍ଜ ଆମପାଣି ଫରେଷ୍ଟ ସେକ୍ସନ କୂଟରୁ ବିଟ ର ପ୍ରାୟ ୫ ଏକଡ଼ ଜଙ୍ଗଲ କୁ କାଟିବା ଅଭିଯୋଗ ରେ ଶନିବାର ଆମପାଣି ଫରେଷ୍ଟର ମନୀଷା ପଟ୍ଟନାୟକ ଙ୍କ ନେତୃତ୍ୱରେ ଶୁକ୍ରବାର ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଜଙ୍ଗଲ କାଟୁଥିବା ସମୟରେ ଫରେଷ୍ଟ ଟିମ ଚଡାଉ କରି ଅଭିଯୁକ୍ତ କୁ ଗିରଫ କରିଥିଲେ। ଅଭିଯୁକ୍ତ ହେଉଛି ପଡୋଶୀ ନବରଙ୍ଗପୁର ଜିଲ୍ଲା ମୈଦାଲପୁର ଥାନା ଅଞ୍ଚଳ ର ମଙ୍ଗଟିଆ ହରିଜନ(୪୦) ।ଶନିବାର ଅଭିଯୁକ୍ତ ମଙ୍ଗଟିଆ ହରିଜନ କୁ କୋର୍ଟ ଚାଲାଣ କରାଯାଇଛି। ଏହି ଚଡାଉ ରେ ଫରେଷ୍ଟର ମନୀଷା ପଟ୍ଟନାୟକ ଙ୍କ ସହ ଫରେଷ୍ଟ ଗାର୍ଡ ମହେଶ ମହାପାତ୍ର,ରାଜେନ୍ଦ୍ର ନାଏକ, ଗାୟତ୍ରୀ ନାଏକ ଓ ପାରା ଫରେଷ୍ଟ କର୍ମଚାରୀ ସାମିଲ ରହିଥିଲେ। ଏନେଇ ଧର୍ମଗଡ ରେଞ୍ଜ କେଶ ନମ୍ବର ୨୯/୨୩ ରେ ମାମଲା ରୁଜୁ ହୋଇଥିବା ନେଇ ଫରେଷ୍ଟର ମନୀଷା ପଟ୍ଟନାୟକ ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ