Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲାପାଳଙ୍କ ବ୍ରଜରାଜନଗର ପୌରପାଳିକା ପରିଦର୍ଶନ; ପୌରାଞ୍ଚଳ ସଫେଇ ବ୍ୟବସ୍ଥାର ସମୀକ୍ଷା

 

ଝାରସୁଗୁଡ଼ା ୦୭/୦୮(ଓଡ଼ିଶା ନ୍ୟୁଜ୍) ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ପୌରପାଳିକା ଅଞ୍ଚଳରେ ପୌରସେବାର ଅଗ୍ରଗତି, ରାଜସ୍ବ ଆୟ ବୃଦ୍ଧି ଏବଂ ସ୍ୱଚ୍ଛତା ବ୍ୟବସ୍ଥାର ସମୀକ୍ଷା କରିବା ପାଇଁ ଆଜି ଜିଲ୍ଲାପାଳ କୁନାଲ ମୋତିରାମ ଚହ୍ବାଣ ବ୍ରଜରାଜନଗର ପୌରପାଳିକା କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି। ଏହି ପରିଦର୍ଶନ ସମୟରେ ପୌରପାଳିକାର ନିର୍ବାହୀ ଅଧିକାରୀ ଚନ୍ଦ୍ରମଣି ସ୍ୱାଇଁଙ୍କ ସହ ଜିଲ୍ଲାପାଳ ସ୍ଥାନୀୟ ଆୟ ସୃଷ୍ଟିକାରୀ ସମ୍ପତ୍ତି ଗୁଡ଼ିକର ସ୍ଥିତି ଏବଂ ପୌରପାଳିକାର ଆର୍ଥିକ ଅଭିବୃଦ୍ଧି ନେଇ ବିସ୍ତୃତ ଆଲୋଚନା କରିଥିଲେ। ଏଥିସହ ପୌରାଞ୍ଚଳ ଏବଂ ଏମସିଏଲ୍ ଆବାସିକ ଅଞ୍ଚଳ ଗୁଡ଼ିକରେ ବର୍ଜ୍ୟବସ୍ତୁ ନିଷ୍କାସନ ଓ ସଫେଇ ବ୍ୟବସ୍ଥାର ପ୍ରତ୍ୟକ୍ଷ ଅନୁଧ୍ୟାନ କରିଥିଲେ। ଏହି କ୍ଷେତ୍ର ପରିଦର୍ଶନ କ୍ରମରେ ଜିଲ୍ଲାପାଳ ବ୍ରଜରାଜନଗରର ଦୈନିକ ବଜାର ଏବଂ ପୌରପାଳିକା କଲ୍ୟାଣ ମଣ୍ଡପ ପରିଦର୍ଶନ କରି ସେ ଗୁଡ଼ିକର ରକ୍ଷଣାବେକ୍ଷଣ ଓ ବ୍ୟବହାରପୋଯୋଗୀ ସ୍ଥିତି ଯାଞ୍ଚ କରିଥିଲେ। ଏହା ସହିତ ବର୍ଷା ଜଳ ନିଷ୍କାସନ ପାଇଁ ପୌରାଞ୍ଚଳରେ ଥିବା ଡ୍ରେନେଜ୍ ପ୍ଲାନ୍‌ ଗୁଡ଼ିକର ସମୀକ୍ଷା କରି ନିଷ୍କାସନ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବାକୁ ଗୁରୁତ୍ୱାରୋପ କରିଥିଲେ।ସହରର ସ୍ୱଚ୍ଛତା ଏବଂ ପୌରସେବାରେ ଅଧିକ ସୁଧାର ଆଣିବା ପାଇଁ ଜିଲ୍ଲାପାଳ ଶ୍ରୀ ଚହ୍ବାଣ ନିର୍ବାହୀ ଅଧିକାରୀ ଶ୍ରୀ ସ୍ୱାଇଁଙ୍କୁ କର ଆଦାୟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହ ବାକି ପଡ଼ିଥିବା କର ତୁରନ୍ତ ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ସଫେଇ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା ଏବଂ ବର୍ଷା ଦିନେ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସହରର ମୁଖ୍ୟ ନାଳ ଗୁଡ଼ିକର ସଂସ୍କାର ଓ ସୁଚାରୁ ଜଳ ନିଷ୍କାସନ ନିମନ୍ତେ ତୁରନ୍ତ ନୂତନ ପ୍ରକଳ୍ପ ପ୍ରସ୍ତାବ ପ୍ରସ୍ତୁତ କରି ପଠାଇବାକୁ ପରାମର୍ଶ ଦେଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories