Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋଲକାତାକୁ ମାଗଣା ବସ୍ ସେବା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କୋଲକାତାକୁ ଆରମ୍ଭ ହେବ ମାଗଣା ବସ୍ ସେବା। ଏ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାଲେଶ୍ବର ବାହାନଗା ଟ୍ରେନ୍ ଟ୍ରାଜେଡି ଭୟ ଏବେ ବି ସମସ୍ତଙ୍କ ମନରେ ରହିଛି। ଦୁର୍ଘଟଣା ଯୋଗୁଁ କୋଲକାତାକୁ ଟ୍ରେନ୍ ସେବା ବ୍ୟାହତ ହୋଇଛି। ଏହାଯୋଗୁ ଲୋକମାନଙ୍କ ଯିବା ଆସିବା ଅନେକ ମାତ୍ରାରେ ପ୍ରଭାବିତ ହୋଇଛି। ଏଥିପାଇଁ ରାଜ୍ୟ ସରକାର କୋଲକାତାକୁ ମାଗଣା ବସ ସେବା ଆରମ୍ଭ କରିଛନ୍ତି। ପୁରୀ, ଭୁବନେଶ୍ୱର ଓ କଟକରୁ ଏହି ବସ ସେବା ଯୋଗାଇ ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି।

ଆଜିଠାରୁ ପୁରୀ, ଭୁବନେଶ୍ୱର ଓ କଟକରୁ କୋଲକାତାକୁ ମାଗଣା ବସ୍ ସେବା ଆରମ୍ଭ ହେବ। ଏହି ବସ୍ ସେବାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ବାଲେଶ୍ୱର ରୁଟରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ନ ହେବା ପର୍ଯ୍ୟନ୍ତ ଏସବୁ ବ୍ୟବସ୍ଥା ବଳବତ୍ତର ରହିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ