Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଦାୟୀ ଶିକ୍ଷକ ଙ୍କୁ ଭାଵ ବିହ୍ଵଳିତ ସମ୍ବର୍ଦ୍ଧନା କଲେ ଏକ୍ସ କେଡର ଶିକ୍ଷକ ସଂଘ।

କୋକସରା:୦୪/୦୬ : କୋକସରା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ( ଏକ୍ସ କେଡର ) ସଙ୍ଘ ପକ୍ଷରୁ ରୁ ଗତ ୩୧ ତାରିଖ ରେ ଡହଗାଁ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ର ସହକାରୀ ଶିକ୍ଷକ ଲକ୍ଷ୍ମଣ କୁମାର ରାଉତ ତାଙ୍କ ଚାକିରୀ ରୁ ଅବସର ନେଇଛନ୍ତି । ତାଙ୍କ ଉଦ୍ଦେଶ୍ୟ ରେ କୋକସରା ଉଚ୍ଚ ପ୍ରାଥମିକ ସ୍କୁଲ ପରିସର ରେ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି।ସମ୍ବର୍ଦ୍ଧନା ସଭା କାର୍ଯ୍ୟକ୍ରମ ରେ ସଂଘ ସଭାପତି ଗଗନ ବିହାରୀ ପଟ୍ଟନାୟକ ଙ୍କ ସଭାପତିତ୍ବ ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ତୋଫାନ ମାଝୀ,ମୁଖ୍ୟ ବକ୍ତା ଭାବେ ରାଜ୍ୟ ସାଂଗଠନିକ ସଂପାଦକ ( uptf ) ସତ୍ୟବାନ ପାଣିଗ୍ରାହୀ, ସମ୍ମାନୀୟ ଅତିଥୀ ଭାବେ ଜିଲ୍ଲା ସଂପାଦକ ( uptf ) କଳାହାଣ୍ଡି ବୈକୁଣ୍ଠ ଜାଲ ଜିଲ୍ଲା ସହ ସଂପାଦକ ( ଏକ୍ସକେଡର ) ରଂଜିତ କୁମାର ଖମାରୀ ସମ୍ମାନୀୟ ଅତିଥି ରୁପେ ମଞ୍ଚାସୀନ ରହି ଶ୍ରୀ ରାଉତ ଭଳି ଜଣେ ଛାତ୍ର ବତ୍ସଳ, ନିଷ୍ଠାପର, କର୍ମଠା ଶିକ୍ଷକ ଙ୍କୁ ଆଜି ଅଵସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦେବା ଅବସର ରେ ଉପସ୍ଥିତ ସମସ୍ତ କର୍ମକର୍ତ୍ତା ଭାବ ବିହ୍ଵଳ ହୋଇ ବିଦାୟ ଜଣାଇବା ସହ ତାଙ୍କ ପରବର୍ତ୍ତୀ ଜୀବନ ର ମଙ୍ଗଳକାମନା କରିଥିଲେ। ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କୁ ଶିକ୍ଷକ ଈଶ୍ବରୀ ପ୍ରସାଦ ଅଗସ୍ତି ମଞ୍ଚ ପରିଚାଲନା କରିଥିଲେ । କୋକସରା ବ୍ଲକ ପ୍ରାଥମିକ ଶିକ୍ଷକ ସଂପାଦକ ଦେବିସିଂ ମାଝୀ ଧନ୍ୟବାଦ୍ ଅର୍ପଣ କରିଥିବା ବେଲେ ଅନ୍ୟ ମାନଙ୍କ ମଧ୍ୟରେ ସୁଜାତା ଜାଲ ପଞ୍ଚାନନ ମାଝୀ,ତ୍ରିନାଥ ବାଗ,ସନାତନ ପଣ୍ଡା ତୁଲସୀରାମ ପଟେଲ,ପରମେଶ୍ବର ପଟ୍ଟନାୟକ,କ୍ଷୀରୋଦ କୁମାର ପଣ୍ଡା ତଥା ଅନ୍ୟ ଶିକ୍ଷକ,ଶିକ୍ଷୟିତ୍ରୀ ଉପସ୍ଥିତ ହୋଇ ସହଯୋଗ କରିଥିଲେ । ପରେ ବିଦାୟୀ ଶିକ୍ଷକ ଙ୍କୁ ତାଙ୍କ ପୈତୃକ ଘର ଗହନାମୁଣ୍ଡା କୁ ନେଇ ଛାଡିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ