Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ହାଇୱା ପଛରେ ପିଟିହେଲା ଅଟୋ, 3 ମୃତ ଆହତଙ୍କୁ ଡାକ୍ତରଖାନା ସ୍ଥାନାନ୍ତର

ଜମନକିରା : ସମ୍ବଲପୁର ଜିଲ୍ଲା ଶାସନ ଥାନା ପଧାନପାଳି ଟୋଲ ପ୍ଲାଜା ନିକରେ ଛିଡା ହୋଇଥିବା ଏକ ହାଇୱା ଗାଡି ପଛରେ ପିଟି ଦେଲା ଅଟୋ। ୭ ଜଣ ଯାତ୍ରୀଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଥିବା ଜଣାଯାଇଛି।
ସୂଚନା ଅନୁସାରେ, ଅଟୋ ଟି ପଧାନପାଳି ରୁ ସମ୍ବଲପୁର ଅଭିମୁଖେ ଯାଉଥିଲା। ଅଟୋରେ ୭ ଜଣ ଯାତ୍ରୀ ଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ଗୁରୁତର ଆହତ ମାନଙ୍କୁ ବଡ଼ ଡାକ୍ତରଖାନା କୁ ପୋଲିସ ପଠେଇ ଦେଇଛି। ଘଟଣା ସ୍ଥଳରେ ଶାସନ ଥାନା ପୋଲିସ ଉପସ୍ଥିତ ରହି ସ୍ଥିତି ନିୟନ୍ତ୍ରଣ ରଖିଛି। ଗୁରୁତର ଆହତ ମାନଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ତେବେ ୩ ଜଣ ମୃତକଙ୍କ ମଧ୍ୟରୁ ଜଣେ ଛୋଟ ଶିଶୁ ରହିଛି। ବାରମ୍ବାର ଟୋଲ ଗେଟରେ ବଡ଼ ବଡ଼ ଗାଡି ଜାମ ରହୁଥିବା ଯୋଗୁ ଦୁର୍ଘଟଣା ଘଟୁଛି ବୋଲି ସ୍ଥାନୀୟ ଲୋକେ ମତ ପ୍ରକାଶ କରୁଛନ୍ତି। ଏନେଇ ଶାସନ ଥାନାରେ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।