କୋକସରା କଂଗ୍ରେସ କାର୍ଯ୍ୟାଳୟ ରେ ସ୍ଵାଧୀନତା ଦିବସ ପାଳନ।
କଳାହାଣ୍ଡି,୧୬/୦୮
ଭାରତୀୟ ନାଗରିକ ଙ୍କ ବଳିଦାନ ଓ ଉତ୍ସର୍ଗ ର ପର୍ବ ୮୦ ତମ ସ୍ୱାଧୀନତା ଦିବସ ପାଳନ କୋକସରା ବ୍ଲକ କଂଗ୍ରେସ କାର୍ଯ୍ୟାଳୟ ରେ ମହା ଆଡମ୍ବରରେ ପାଳନ କରାଯାଇଛି। କଂଗ୍ରେସ ବ୍ଲକ ସଭାପତି ଲକ୍ଷ୍ମଣ ଶବର ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସର ରେ କଂଗ୍ରେସ ଦଳ ଓ ନେତା ଙ୍କ ସ୍ୱାଧୀନତା ସଂଗ୍ରାମରେ କଣ ଅବଦାନ ରହିଥିଲା, ସେନେଇ ସଭାପତି ଉପସ୍ଥିତ କର୍ମକର୍ତ୍ତା ଙ୍କୁ ସ୍ମୃତି ଚାରଣ କରାଇବା ସହ ସେମାନଙ୍କର ବଳିଦାନ ଯୋଗୁଁ ଆଜି ଆମେ ସ୍ୱାଧୀନତା ପାଇଛୁ ବୋଳି କହିଥିଲେ। ଏହି ଅବସରରେ ବରିଷ୍ଠ କଂଗ୍ରେସ ନେତା ପୁରୁଷୋତ୍ତମ ଗୁପ୍ତା,ନିମାଇଁ ଚରଣ ଧଙ୍ଗଡା ମାଝୀ,କାମଦେବ,ଧଙ୍ଗଡା ମାଝୀ,ଟିକିଚନ୍ଦ୍ରଧଙ୍ଗଡା ମାଝୀ,ବନମାଳୀ ପାଣିଗ୍ରାହୀ, ଅଜୟ ପଣ୍ଡା,ନବୀନ ନାଏକ, ଅରୁଣ ମାଝୀ,ମନୋରଞ୍ଜନ ମହାନ୍ତି,ଅଭିମନ୍ୟୁ ପଟ୍ଟନାୟକ, ନିରଞ୍ଜନ ନେଗି,କ୍ଷିତିଚନ୍ଦ୍ର ଧ. ମାଝୀ, ବ୍ଲକ ସଭାନେତ୍ରୀ ଫୁଲତୋଳା ଖମାରି, ଗୁପ୍ତାଞ୍ଜଳି ଗୋପାଳ ପ୍ରମୁଖ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ରହି ଜାତୀୟ ପତାକା ଉତ୍ତୋଳନ କରିଥିଲେ।

