Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ବିଜେପି କାର୍ଯ୍ୟାଳୟ ରେ ସ୍ଵାଧୀନତା ଦିବସ ପାଳନ।

କଳାହାଣ୍ଡି,୧୬/୦୮
ଭାରତୀୟ ନାଗରିକ ଙ୍କ ବଳିଦାନ ଓ ଉତ୍ସର୍ଗ ର ପର୍ବ ୮୦ ତମ ସ୍ୱାଧୀନତା ଦିବସ ପାଳନ କୋକସରା ବ୍ଲକ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ରେ ମହା ଆଡମ୍ବରରେ ପାଳନ କରାଯାଇଛି। କୋକସରା ଯୋନ ମଣ୍ଡଳ ସଭାପତି ବସନ୍ତ ନାଗ ଙ୍କ ନେତୃତ୍ୱରେ ଜିଲ୍ଲା ଆଦିବାସୀ ଜନଜାତି ମୋର୍ଚ୍ଚା ସଭାପତି ତ୍ରିନାଥ ଶବର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ଏହି ଅବସର ସ୍ୱାଧୀନତା ସଂଗ୍ରାମରେ ଦେଶ ମାତୃକା ପାଇଁ ବଳିଦାନ ଦେଇଥିବା ବିର ସହିଦ ଙ୍କ ସ୍ମୃତି ଚାରଣ ସହ ସେମାନଙ୍କ ବଳିଦାନ ଯୋଗୁଁ ଆଜି ଆମେ ସ୍ୱାଧୀନତା ପାଇଛୁ ବୋଳି ଶ୍ରୀ ଶବର କହିଥିଲେ। ଏହି ଅବସରରେ ଜିଲ୍ଲା ପ୍ରତିନିଧି ଦୁର୍ଗା ପ୍ରଧାନୀ,ମଣ୍ଡଳ ସମ୍ପାଦକ ମନୋଜ ନାଏକ, ଶାରଳା ପ୍ରସାଦ ପ୍ରଧାନୀ,ଧର୍ମାନନ୍ଦ ନେଗି, ପ୍ରମୋଦ ପ୍ରଧାନୀ,ନବୀନ କିଶୋର ପ୍ରଧାନୀ,ରତନ ମାଝୀ, ନରେନ୍ଦ୍ର ପ୍ରଧାନୀ,ଜବାହରଲାଲ ପ୍ରଧାନୀ ପ୍ରମୁଖ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ରହି ସ୍ୱାଧୀନତା ଦିବସ ପାଳନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ