Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେଶାଇବାହାଲ ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ପରିବେଶ ଦିବସ ପାଳିତ

ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଅନ୍ତର୍ଗତ କେଶାଇବାହାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତିବନ୍ଧୁ ସମ୍ମାନ ପ୍ରାପ୍ତ ରବୀନ୍ଦ୍ର କୁମାର ଦାସଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବଲ୍ଲବୀ ପଟେଲ ଅଧ୍ୟକ୍ଷତା କରିଥିଲେ। ପ୍ରଥମେ ବିଦ୍ୟାଳୟର ସଭାଗୃହରେ ଛାତ୍ରଛାତ୍ରୀ ଓ ସ୍ୱେଚ୍ଛା ସେବୀଙ୍କ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ତଥା ପରିବେଶ କର୍ମୀ ସୁବାଷ ଚନ୍ଦ୍ର ନାଏକ ଯୋଗଦେଇ ପରିବେଶ ରକ୍ଷାରେ ମାନବ ସମ୍ବଳର ଭୂମିକା କିପରି ହୋଇ ପାରିବ ସେଥିପ୍ରତି ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ ଚଳିତ ବର୍ଷରେ ପ୍ରକୃତିବନ୍ଧୁ ସମ୍ମାନରେ ଘୋଷିତା ତୁଳସୀ ମଞ୍ଜରୀ ବହିଦାର ଏବର୍ଷର ପରିବେଶ ଦିବସର ଉଦ୍ଦେଶ୍ୟ ଓ ଆବଶ୍ୟକତା, ପ୍ଲାଷ୍ଟିକ ବ୍ୟବହାର ର କୁପରିଣାମ ଉପରେ ନିଜର ବକ୍ତବ୍ୟ ରଖିଥିଲେ। ଏହାପରେ ବିଦ୍ୟାଳୟ ପରିସରରେ ଆମ୍ବ, କଦଳୀ ଏବଂ ପର୍ଣ୍ଣମୋଚି ପ୍ରଭୁତି ଜଳବାୟୁ ଅନୁକୂଳ ବିଶିଷ୍ଟ ବୃକ୍ଷ ରୋପଣ କରାଯାଇଥିଲା। ବୃକ୍ଷର ଉପଯୋଗୀତାକୁ ଧ୍ୟାନରେ ରଖି ରୋପିତ ଚାରା ମାନଙ୍କର ପୂଜାର୍ଚ୍ଚନା କରା ଯାଇଥିଲା। ଏହି କାର୍ଯ୍ୟକ୍ରମରେ ଯୁବ ସମାଜ ସେବି ଅସୀମ ପଟେଲ, ଗୋଲକ ଚରଣ ଗୁରୁ, ପ୍ରଶାନ୍ତ କୁମାର ପଟେଲ, ସନ୍ତୋଷ କୁମାର ରଣା, ଜସ୍ମିନ ମାକର ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ