Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାହିଁକି ହେଲା ଦୁର୍ଘଟଣା? ଜଣାପଡ଼ିବ ସତ; ଲୋକ ପାଇଲଟଙ୍କ ପ୍ରାଥମିକ ବୟାନ ରେକର୍ଡ

ବାଲେଶ୍ୱର: ଶୁକ୍ରବାର ବାଲେଶ୍ବର ଘଟିଥିବା ଭୟଙ୍କର ଟ୍ରେନ୍‌ ଦୁର୍ଘଟଣାରେ ସାରା ବିଶ୍ବ ସ୍ତବ୍ଧ ହୋଇଯାଇଛି। କାହିଁକି ଓ କେମିତି ଘଟିଲା ଏହି ଛାତିଥରା ଦୁର୍ଘଟଣା? ଏ ନେଇ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ। ସାମ୍ନାକୁ ଆସିପା‌ରେ ପ୍ରକୃତ ତଥ୍ୟ। ସୁସ୍ଥ ହେଉଛନ୍ତି ଲୋକୋ ପାଇଲଟ ଗୁଣନିଧି ମହାନ୍ତି ଓ ଆସିଷ୍ଟାଣ୍ଟ ଲୋକୋ ପାଇଲଟ ହଜାରି ବେହେରା । ତଦନ୍ତକାରୀ ଟିମ୍‌ ସେମାନଙ୍କ ପ୍ରାଥମିକ ବୟାନ ରେକର୍ଡ କରିଛି। ତାଙ୍କର ଚିକିତ୍ସା ଭୁବନେଶ୍ୱର ଏମସ୍‌ରେ ଚାଲିଛି। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ଅଛି । ସୁସ୍ଥ ହେଲେ ସେମାନଙ୍କର ବୟାନ ପୁଣି ରେକର୍ଡ କରାଯିବ ବୋଲି ଜଣାପଡ଼ିଛି।

ତେବେ ପ୍ରାଥମିକ ବୟାନରୁ କିଛି ତଥ୍ୟା ସାମ୍‌ନାକୁ ଆସିଛି। କରମଣ୍ଡଳ ଏକ୍ସପ୍ରେସ ଲୋକ ପାଇଲଟ ଗୁଣନିଧି ମହାନ୍ତି କହିଛନ୍ତି, ଲୁପ ଲାଇନ ପାଇଁ ସିଗନାଲ ଥିଲା । ତେଣୁ ସିଗନାଲ ପାଇବା ପରେ ଲୁପ ଲାଇନରେ ହିଁ ଯାଇଥିଲା କରମଣ୍ଡଳ । ଆଉ ତା ପରେ ଘଟିଥିଲା ଏପରି ଭୟାବହ ଦୁର୍ଘଟଣା । ଆଉ ଆଖି ପିଛୁଳାକେ ସବୁକିଛି ଧ୍ବଂସବିଧ୍ବଂସ ହୋଇଯାଇଥିଲା।

ତେବେ ଆସିଷ୍ଟାଣ୍ଟ ଲୋକୋ ପାଇଲଟ ମୁଣ୍ଡରେ ଆଘାତ ଲାଗିିଥିବା ଯୋଗୁ ତାଙ୍କର ଅସ୍ତ୍ରୋପଚାର କରାଯାଇଛି । ଏବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି । ସେମାନେ ସୁସ୍ଥ ହେବା ପରେ ପୁଣି ସେମାନଙ୍କ ବୟାନ ରେକର୍ଡ କରାଯିବ।

ସୂଚନାଥାଉ କି, ଚାଲିଛି ଟ୍ରେନ୍‌ ଦୁର୍ଘଟଣାର ତଦନ୍ତ। ଏପରିକି ଏହା ମନୁଷ୍ୟକୃତ ତ୍ରୁଟି ନା ବୈଷୟିକ ତ୍ରୁଟି ସେ ନେଇ ମଧ୍ୟ ଖୋଳତାଡ ଚାଲିଛି ।ଅନ୍ୟପକ୍ଷେ ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ