Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସୁବଳୟା ଆଂଚଳିକ ଡିଗ୍ରୀ କଲେଜ କୁ ପ୍ରକୃତିମିତ୍ର ପୁରସ୍କାର

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ସୁବଳୟା ସ୍ଥିତ ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ କୁ ପ୍ରକୃତି ମିତ୍ର ପୁରସ୍କାର ମିଳିଛି। ସୋମବାର ଦିନ ଭୁବନେଶ୍ବର ସ୍ଥିତ ଲୋକସେବା ଭବନ ରେ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଆୟୋଜିତ ରାଜ୍ୟ ସ୍ତରୀୟ ପ୍ରକୃତିମିତ୍ର ପୁରସ୍କାର ବିତରଣ ଉତ୍ସବ ରେ ମାନ୍ୟବର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୀରମହାରାଜପୁର ବ୍ଲକ ପାଇଁ ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ ସୁବଳୟା କୁ ପରିବେଶ ସୁରକ୍ଷା ଓ ରକ୍ଷଣାବେକ୍ଷଣ ଲାଗି ପୁରସ୍କାର ପ୍ରଦାନ କରିଛନ୍ତି। ଏହି ଅବସରରେ କଲେଜ ର ବିଭୁତି ଭୂଷଣ କୁଦେଇ କଲେଜ ତରଫରୁ ପ୍ରତିନିଧିତ୍ବ କରି ମାନପତ୍ର ସହିତ ୨୦ ହଜାର ଟଙ୍କା ର ଚେକ ପୁରସ୍କାର ରାଶି ମାନ୍ୟବର ମନ୍ତ୍ରୀଙ୍କ ଠାରୁ ଗ୍ରହଣ କରିଛନ୍ତି।