Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏମ୍ସରେ ଆରମ୍ଭ ହେଲା ଡିଏନଏ ଟେଷ୍ଟିଂ ପ୍ରକ୍ରିୟା; ୧୦ରୁ ଅଧିକ ପରିବାର ଦେଇଛନ୍ତି ଡିଏନଏ ନମୁନା

ଭୁବନେଶ୍ବର: ବାହାନଗା ରେଳ ଦୁର୍ଘଟଣାରେ ୨୭୫ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଏଥିରେ ୧୧୦୦ରୁ ଅଧିକ ଯାତ୍ରୀଙ୍କ ଆହତ ହୋଇଥିବା ଜଣାପଡ଼ିଛି। ତେବେ ମୃତଦେ ଚିହ୍ନଟ ଏବେ ଚ୍ୟାଲେଞ୍ଜ ହୋଇଛି। ମୃତଦେହ ଚିହ୍ନଟ ପାଇଁ ଭୁବନେଶ୍ୱର ଏମ୍ସରେ ଆରମ୍ଭ ହୋଇଛି ଡିଏନଏ ଟେଷ୍ଟିଂ ପ୍ରକ୍ରିୟା । ଏଥିପାଇଁ ୧୦ରୁ ଅଧିକ ପରିବାର ମୃତଦେହ ଚିହ୍ନଟ ପାଇଁ ଡିଏନଏ ନମୁନା ଦେଇଛନ୍ତି।

ରିପୋର୍ଟ ଆସିବା ପରେ ସେମାନଙ୍କୁ ମୃତଦେହ ହସ୍ତାନର କରିଯିବ । ପୂର୍ବରୁ ସମସ୍ତ ମୃତଦେହରୁ ନମୁନା ସଂଗ୍ରହ କରାଯାଇଛି । ବର୍ତମାନ ସୁଦ୍ଧା ୬୪ଟି ମୃତଦେହ ସେମାନଙ୍କ ପରିବାରଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ୫୯ଟି ମୃତଦେହ ହସ୍ତାନ୍ତର ପାଇଁ ରହିଛି ବୋଲି ଜଣାପଡ଼ିଛି। ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ୧୭୭ ଜଣଙ୍କ ପରିଚୟ ମିଳିବା ସହ ମୃତଦେହକୁ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି ।