୨ ଦିନ ପାଇଁ ବାତିଲ ହେଲା ୭୪ଟି ଟ୍ରେନ୍
 
        ଭୁବନେଶ୍ୱର: ଶୁକ୍ରବାର ବାହାନଗାରେ ହୋଇଥିବା ଛାତିଥରା ଟ୍ରେନ୍ ଦୁର୍ଘଟଣାର ଦୃଶ୍ୟ ଏବେ ବି ଲୋକଙ୍କ ମନରୁ ଲିଭିନି। ଦୁର୍ଘଟଣା ଯୋଗୁ ବିଭିନ୍ନ ସ୍ଥାନରେ ଟ୍ରେନ ଚଳାଚଳକୁ ବାତିଲ କରାଯାଇଛି। ମଙ୍ଗଳବାର ଦିନ ପୂର୍ବ ତଟ ରେଳବାଇ ସୂଚନା ଦେଇଛି ଯେ ଜୁନ୍ ୨ ରେ ବାହାନଗାରେ ହୋଇଥିବା ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା ଯୋଗୁ ଟ୍ରାକ କ୍ଷତିଗ୍ରସ୍ତ ହୋଇଛି। ଟ୍ରାକ ରକ୍ଷଣାବେକ୍ଷଣ କାର୍ଯ୍ୟ ଯୋଗୁଁ ଆହୁରି ୭୪ଟି ଟ୍ରେନ୍ ୨ ଦିନ ପାଇଁ ବାତିଲ କରାଯାଇଛି।
ଅନ୍ୟପଟେ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ବଢିଚାଲିଛି। ପୂର୍ବରୁ ମୃତକଙ୍କ ସଂଖ୍ୟା ୨୭୫ ଥିବା ବେଳେ ଏବେ ତାହା ବୃଦ୍ଧି ପାଇ ୨୭୮ରେ ପହଞ୍ଚିଛି। ସେପଟେ ମୃତଦେ ଚିହ୍ନଟ ପାଇଁ ଭୁବନେଶ୍ବର ଏମସ୍ ମେଡିକାଲରେ ଟେଷ୍ଟିଂ ପ୍ରକ୍ରିୟା ଆରମ୍ଭ ହୋଇଛି। ୧୦ରୁ ଅଧିକ ପରିବାର ଏଥିପାଇଁ ନମୁନା ଦେଇଛନ୍ତି।

 
                        
 
                                 
                                 
                                 
                                 
                                