Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାହାନଗା ଟ୍ରେନ୍ ଦୁର୍ଘଟଣା; ୮୪ ପରିବାରକୁ ୬କୋଟି ୯୦ ଲକ୍ଷ ସହାୟତା ପ୍ରଦାନ 

ବାଲେଶ୍ବର: ବାହାନଗା ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଉଛି। ଏପର୍ଯ୍ୟନ୍ତ ୮୪ ପରିବାରକୁ ସହାୟତା ପ୍ରଦାନ କରାଯାଇଛି। ୮୪ଟି ପରିବାରକୁ ୬କୋଟି ୯୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଥିବା ନେଇ ସୂଚନା ଦେଇଛି ପୂର୍ବତଟ ରେଳବାଇ ।

ବାହନଗା ଟ୍ରେନ୍ ଦୁର୍ଘଟଣାର ସେଇ କାଳରାତିର କରାଳ ରୂପ ସମଗ୍ର ବିଶ୍ବକୁ ସ୍ତବ୍ଧ କରିଦେଇଛି। କିଏ ପୁଅକୁ ହରାଇଛି ତ ଆଉ କିଏ ବାପା, ମାଆ, ସ୍ତ୍ରୀ, ସ୍ବାମୀ ଓ ପିଲାଙ୍କୁ ହରାଇଛି । ଏମିତିକି ଗୋଟେ ‌ଗୋଟେ ପରିବାର ତ ସମ୍ପୂର୍ଣ୍ଣ ଧ୍ବଂସବିଧ୍ବଂସ ହେଇଯାଇଛି। ନିଜ ନିଜ ସମ୍ପର୍କୀୟଙ୍କୁ ଏବେ ବି ଲୋକ ଖୋଜୁଛନ୍ତି। ତେଣୁ ଏହି ଦୁଃଖଦ ପରିସ୍ଥିତିର ମୁକାବିଲା ଲାଗି ମୃତକଙ୍କ ପରିବାରକୁ ସହାୟତା ଯୋଗାଇ ଦିଆଯାଉଛି। ଏଥିପାଇଁ ସମସ୍ତେ ତତ୍ପରତା ଦେଖାଇଛନ୍ତି। ଏବେ ସୁଦ୍ଧା ୮୪ ପରିବାରକୁ ସହାୟତା ପ୍ରଦାନ କରିଯାଇଥିବା ସୂଚନା ଦେଇଛନ୍ତି ପୂର୍ବତଟ ରେଳବାଇର ସିପିଆରଓ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ