Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରା ବ୍ଲକର ସମସ୍ତ ୧୭୪ଟି ବିଦ୍ୟାଳୟରେ ଧୂମଧାମରେ ପାଳିତ ହେଲା ଗୁରୁ ଦିବସ: ଭୋଜପୁର ଏସଏସଡି ହାଇସ୍କୁଲରେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ସମସ୍ତ ୧୭୪ଟି ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ଓ ଆଦର୍ଶ ବିଦ୍ୟାଳୟରେ ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡ. ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜୟନ୍ତୀ ତଥା ପବିତ୍ର ଗୁରୁ ଦିବସ ବେଶ୍ ଧୂମଧାମ ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ଭାରତୀୟ ସଂସ୍କୃତିର ମହାନ ଗୁରୁ-ଶିଷ୍ୟ ପରମ୍ପରାକୁ ଉଜ୍ଜୀବିତ କରିବା, ଅଜ୍ଞାନତାର ଅନ୍ଧକାର ଦୂର କରି ଜ୍ଞାନର ଆଲୋକ ବିସ୍ତାର କରିବା ଏବଂ ଛାତ୍ରଛାତ୍ରୀଙ୍କୁ ଉତ୍ତମ ସଂସ୍କାର ଓ ମୂଲ୍ୟବୋଧ ଭିତ୍ତିକ ଶିକ୍ଷାରେ ଗଢ଼ିତୋଳି ଏକ ସୁସ୍ଥ ସମାଜ ନିର୍ମାଣ କରିବାର ମୂଳ ଆଭିମୁଖ୍ୟ ନେଇ ପ୍ରତ୍ୟେକ ବିଦ୍ୟାଳୟରେ ଡ. ରାଧାକୃଷ୍ଣନଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଭୋଜପୁର ସରକାରୀ ଏସଏସଡି ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ନିକୁଞ୍ଜ ରଣାଙ୍କ ସଭାପତିତ୍ୱରେ ଏକ ଭବ୍ୟ ସମାରୋହ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଅବସରପ୍ରାପ୍ତ ଶିକ୍ଷକ ଗୋପାଳ ପଟେଲ ଏବଂ ଦେବଦତ୍ତ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ; ଶିକ୍ଷାଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଉଭୟଙ୍କୁ ଉପଢୌକନ, ପୁଷ୍ପଗୁଚ୍ଛ ଓ ସ୍ମାରକୀ ଉପହାର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଏହା ସହିତ ଭୋଜପୁର ସ୍ଥିତ ଭୋଜପୁର(ରେଙ୍ଗାଲବେଡା) ସରକାରୀ ଉଚ୍ଚ ବିଦ୍ୟାଳୟ, ଟିକିଲିପଡ଼ା ଏସଏସଡି କନ୍ୟାଶ୍ରମ ଉଚ୍ଚ ବିଦ୍ୟାଳୟ, ଜମନକିରା ଷଣ୍ଢପଥର ଏସଏସଡି ଉଚ୍ଚ ବିଦ୍ୟାଳୟ, ଷଣ୍ଢପଥର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଫାଶିମାଳ ସରକାରୀ ଉଚ୍ଚ ବିଦ୍ୟାଳୟ, ଗୁଣ୍ଡୁରୁଚୁଆଁ ଉଚ୍ଚ ବିଦ୍ୟାଳୟ ଏବଂ ଫାସିମାଲ କନ୍ୟାଶ୍ରମ ଆଦି ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ସହଭାଗିତାରେ ବକ୍ତୃତା, ସଙ୍ଗୀତ ଓ ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଗୁରୁ ପୂଜନ କରାଯାଇ ସମଗ୍ର ଅଞ୍ଚଳରେ ଏକ ଆନନ୍ଦମୟ ତଥା ଭକ୍ତିପୂର୍ଣ୍ଣ ପରିବେଶରେ ଦିବସଟି ବଡ ଧୂମଧାମରେ ସମ୍ପନ୍ନ ହୋଇଥିଲା

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories