Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଜଳକଷ୍ଟ ଦୁର କରିବାକୁ ବ୍ଲକ ପ୍ରଶାସନ ର ଦ୍ୱାରସ୍ଥ ହେଲେ ହଂସପଡା ଗାଁର ମହିଳା ଓ ଗ୍ରାମବାସୀ

କୋକସରା: ଡ଼ହ ଡ଼ହ ଖରା,ସତେ ଯେମିତି ଅଗ୍ନିବର୍ଷା ହେଉଛି, ଦିନ ୧୦ ଟା ପରେ ଖରା ର ପାରଦ ୪୨ ଡିଗ୍ରୀ ଉପରେ ରହୁଥିବା ବେଳେ ଜଳକଷ୍ଟ ପାଇଁ ଖରା କୁ ଖାତିର ନ କରି ବ୍ଲକ ପ୍ରଶାସନ ନିକଟରେ ଦ୍ୱାରସ୍ଥ ହେଲେ କୋକସରା ବ୍ଲକ ଟେମରା ପଞ୍ଚାୟତ ହଂସପଡା ଗାଁ ର ମହିଳା ଓ ଗ୍ରାମବାସୀ ମାନେ। ଗାଁ ରେ ଥିବା ସମସ୍ତ ନଳକୂପ ଓ ପୋଖରୀ ଶୁଖିଯିବା ପରେ ଗ୍ରାମବାସୀ ସ୍ଥାନୀୟ ଟେମରା ସରପଞ୍ଚ ଙ୍କ ନିକଟରେ ଫେରାଦ ପରେ ମଧ୍ୟ କୌଣସି ଆଶୁ ସମାଧାନ ନ ହେବାରୁ ବୁଧବ୍ବାର ହଂସପଡା ର ମହିଳା ମାନେ ଟାଣ ଖରା କୁ ଖାତିର ନ କରି କୋକସରା ବିଡ଼ିଓ ଙ୍କ ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି। ଅଭିଯୋଗ ସମୟରେ କୋକସରା ବିଡ଼ିଓ ଉତ୍ତମ ବାଗ ଙ୍କ ସହ ଧର୍ମଗଡ ବିଧାୟକ ଙ୍କ ପ୍ରତିନିଧି ମାନସ ରଞ୍ଜନ ବାଗ ମଧ୍ୟ ବ୍ଲକ କାର୍ଯ୍ୟାଳୟ ରେ ଉପସ୍ଥିତ ରହିଥିବା ବେଳେ ମହିଳା ମାନେ ଅଭିଯୋଗ କରି ଶୀଘ୍ର ପାନୀୟ ଜଳ କଷ୍ଟ ଦୁର କରିବାକୁ ଦାବି କରିଛନ୍ତି। ଅଭିଯୋଗ ପରେ ଆସନ୍ତା ସପ୍ତାହ ମଧ୍ୟରେ ପାନୀୟ ଜଳ ପାଇଁ ନଳକୂପ ଖନନ ସହ ପୋଖରୀ କାର୍ଯ୍ୟ ମଧ୍ୟ କରାଯାଇ ଜଳକଷ୍ଟ ଦୁର କରିବାକୁ ପ୍ରତିଶୃତି ଦେଇଛନ୍ତି କୋକସରା ବିଡ଼ିଓ ଉତ୍ତମ କୁମାର ବାଗ ବିଡ଼ିଓ ଓ ବିଧାୟକ ପ୍ରତିନିଧି। ଅଭିଯୋଗ ସମୟରେ ପୁର୍ବତନ ସମିତି ସଭ୍ୟ ରାଜେନ୍ଦ୍ର ନାଏକ ଙ୍କ ନେତୃତ୍ୱରେ ହଂସପଡା ଗାଁ ର ମହିଳା ଯୋଗା ନାଏକ,ଭାନୁମତି ନାଏକ, ମହେନ୍ଦ୍ରି ନାଏକ,ଯମୁନା ବେମାଲ, ସୋନି ନାଏକ,ତୁଳସୀ ନାଏକ, ସୁମନୀ ନାଏକ,ମମିତା ନାଏକ, ମଇନା ନାଏକ,ଚନ୍ଦ୍ରା ନାଏକ, ରୁକ୍ମଣୀ ନାଏକ,ରୁନି ନାଏକ, ଅନୁପମା ନାଏକ,ଲାଲା ନାଏକ, ଦେବକୀ ନାଏକ,ଲାଲ ହଂସ ଉଦୟ ନାଏକ ସମେତ ଅନ୍ୟ ମହିଳା ଓ ଗ୍ରାମବାସୀ ଉପସ୍ଥିତ ଥିଲେ।