Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶ୍ୱକର୍ମା ପୂଜା ଅନୁଷ୍ଠିତ: ଅଟୋଚାଳକ, ମୋଟର ଚାଳକ ସଂଘ ଓ ବିଦ୍ୟୁତ ବିଭାଗ ପକ୍ଷରୁ ଭକ୍ତିଭାବ ସହ ପୂଜାର୍ଚ୍ଚନା ଜମନକିରା ବ୍ଲକରେ ଧୂମଧାମରେ

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅଞ୍ଚଳରେ ଦେବଶିଳ୍ପୀ ପ୍ରଭୁ ବିଶ୍ୱକର୍ମାଙ୍କ ପୂଜା ଉତ୍ସବ ବେଶ୍ ଧୂମଧାମ ଓ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। କନ୍ୟା ସଂକ୍ରାନ୍ତି ଅବସରରେ ଆଜି ସମଗ୍ର ଅଞ୍ଚଳ ଉତ୍ସବମୁଖର ହୋଇପଡ଼ିଥିବା ବେଳେ ଶ୍ରମିକ, କାରିଗର ଏବଂ ବିଭିନ୍ନ ଅନୁଷ୍ଠାନ ତରଫରୁ ଭକ୍ତିପୂତ ପରିବେଶ ମଧ୍ୟରେ ଯନ୍ତ୍ରର ଆରାଧ୍ୟ ଦେବତାଙ୍କ ଆରାଧନା କରାଯାଇଛି।
ଏହି ପରିପ୍ରେକ୍ଷୀରେ ଜମନକିରା ଅଟୋଚାଳକ ସଂଘ ପକ୍ଷରୁ ସ୍ୱତନ୍ତ୍ର ପୂଜା ମଣ୍ଡପ ନିର୍ମାଣ କରାଯାଇ ବିଶ୍ୱକର୍ମାଙ୍କ ଭବ୍ୟ ମୃଣ୍ମୟ ମୂର୍ତ୍ତି ସ୍ଥାପନ ପୂର୍ବକ ରୀତିନୀତି ଅନୁଯାୟୀ ହୋମଯଜ୍ଞ ଓ ପୂଜାର୍ଚ୍ଚନା କରାଯାଇଛି। ସେହିପରି ଜମନକିରା ଓଡ଼ିଶା ମୋଟର ଚାଳକ ସଂଘ ପକ୍ଷରୁ ମଧ୍ୟ ସମସ୍ତ ଯାନବାହନକୁ ସଫାସୁତୁରା କରି ଫୁଲମାଳରେ ସଜାଇ ପୂଜାର୍ଚ୍ଚନା କରାଯିବା ସହ ସମସ୍ତଙ୍କ ସୁରକ୍ଷା ଓ ଶୁଭଯାତ୍ରା କାମନା କରାଯାଇଥିଲା।
ଅନ୍ୟପକ୍ଷରେ, ଜମନକିରା ସଦର ମହକୁମାସ୍ଥିତ ଇଲେକ୍ଟ୍ରି ସେକ୍ସନ କାର୍ଯ୍ୟାଳୟ ପରିସରରେ ବିଦ୍ୟୁତ ବିଭାଗ କର୍ମଚାରୀମାନଙ୍କ ଦ୍ୱାରା ପ୍ରଭୁ ବିଶ୍ୱକର୍ମାଙ୍କ ଆରାଧନା ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ସମ୍ପନ୍ନ ହୋଇଛି। କର୍ମଚାରୀମାନେ ନିଜର ଦୈନନ୍ଦିନ ବ୍ୟବହାର୍ଯ୍ୟ ଉପକରଣ, ଯନ୍ତ୍ରପାତି ଏବଂ ବିଭାଗୀୟ ଗାଡ଼ିଗୁଡ଼ିକର ପୂଜା କରି ସମସ୍ତଙ୍କ କଲ୍ୟାଣ ପ୍ରାର୍ଥନା କରିଥିଲେ। ଦିନସାରା ମନ୍ତ୍ରଧ୍ୱନି, ଶଙ୍ଖ ଏବଂ ଘଣ୍ଟାନାଦରେ ସମଗ୍ର ଅଞ୍ଚଳ ଆଧ୍ୟାତ୍ମିକ ଭାବନା ସୃଷ୍ଟି କରିଥିଲା। ପୂଜା ଶେଷରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା, ଯେଉଁଥିରେ ସଂଘର ସଦସ୍ୟ, କର୍ମଚାରୀ ଏବଂ ସ୍ଥାନୀୟ ଜନସାଧାରଣ ସାମିଲ ହୋଇ ପ୍ରସାଦ ଗ୍ରହଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories