Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦାଦର ପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଦୁର୍ଜନତୈଲା ପଞ୍ଚାୟତ ର ଦାଦରପାଲି ଗ୍ରାମରେ ଜିବିଏନବି କ୍ଲବ ଆନୁକୁଲ୍ୟରେ ଅନୁଷ୍ଠିତ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । ଆୟୋଜକ ସଭାପତି ବିହାରୀ ମହାକୁର ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ପୂର୍ବତନ ସରପଞ୍ଚ ରଞ୍ଜିତ ଖେତି,ସ୍ୱେଚ୍ଛାସେବୀ ଜଗଦୀଶ ମହାକୁର,ଆନନ୍ଦ ବିଶ୍ୱାଳ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ବିଶି,ପବିତ୍ର ପର୍ଡିଆ,ସ୍ଥାନୀୟ ସେମିତିସଭ୍ୟ ପ୍ରତିନିଧି ଲମ୍ବୋଦର ମହାକୁର ପ୍ରମୁଖ ଅତିଥି ଭାବେ ଯୋଗଦେଇ ନୂଆଁଖାଇ ପାଳନ ଉପରେ ମତବ୍ୟକ୍ତ କରିଥିଲେ । ସନତ ମହାକୁର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏହି ଅବସରରେ ଗତ ମାଟ୍ରିକ ପରୀକ୍ଷା ରେ ସର୍ବାଧିକ ନମ୍ବର ରଖିଥିବା ଗ୍ରାମର ସୁଚିସ୍ମିତା ଖେତି ଓ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ରେ ସର୍ବାଧିକ ନମ୍ବର ରଖିଥିବା ଗ୍ରାମର ମୁନ୍ନା ପ୍ରକାଶ ମହାକୁର ଙ୍କୁ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। ଏହା ସହିତ ଗ୍ରାମର ଛାତ୍ରୀଛାତ୍ର ଙ୍କ ମଧ୍ୟରେ ବକୃତl , ନୃତ୍ୟ ଓ ସଙ୍ଗୀତ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯାଇଥିଲା । ସଭା ପରେ ଗ୍ରାମର ବାଳିକା,ବାଳକ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଶେଷରେ ରାଜେନ୍ଦ୍ର ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ। ଆୟୋଜକ କ୍ଳବର ସମସ୍ତ ସଦସ୍ୟ ଓ ଗ୍ରାମବାସି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ