Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ମହାବିଦ୍ୟାଳୟ ରେ ଅଭିନନ୍ଦନିକା ସ୍ଵାଗତ ସମାରୋହ

ବୀରମହାରାଜପୁର : ସୁବର୍ଣ୍ଣପୁରଜିଲ୍ଲା
ବୀରମହାରାଜପୁର ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ‘ଅଭିନନ୍ଦନିକା ସ୍ୱାଗତ ସମାରୋହ’ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।
ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ହିମାଂଶୁ ଶେଖର ପାଢ଼ୀ ସଭାରେ ସଭାପତିତ୍ୱ କରି ଛାତ୍ରଛାତ୍ରୀଙ୍କୁ ଜୀବନରେ ସଫଳତା ପାଇଁ ଯୋଜନାବଦ୍ଧ ଭାବେ ଆଗକୁ ବଢ଼ିବାକୁ ପରାମର୍ଶ ଦେଇଥିଲେ। ସେ କହିଥିଲେ, “ପରିଶ୍ରମ ହିଁ ସଫଳତାର ଚାବିକାଠି। ଜୀବନରେ ଲକ୍ଷ୍ୟ ହାସଲ କରିବାକୁ ହେଲେ ସୁଚିନ୍ତିତ ଯୋଜନା ସହ ପରିଶ୍ରମ କରିବା ଆବଶ୍ୟକ।”
ମୁଖ୍ୟ ଅତିଥି ଇଂରାଜୀ ବିଭାଗର ବିଭାଗମୁଖ୍ୟ ଶ୍ରୀ ବିଜୟ କୁମାର ପୁରୋହିତ ଦୃଢ଼ ଇଚ୍ଛାଶକ୍ତିକୁ ସଫଳତାର ମୂଳମନ୍ତ୍ର ଭାବେ ଅଭିହିତ କରିଥିଲେ। ସେ ଛାତ୍ରଛାତ୍ରୀଙ୍କୁ ନିରାଶ ନହୋଇ ଜୀବନରେ ଆଗକୁ ବଢ଼ିବାକୁ ପ୍ରେରଣା ଦେଇ କହିଥିଲେ ଯେ, ହାରିଯିବା ଜୀବନର ଶେଷ ନୁହେଁ।
ସମ୍ମାନିତ ଅତିଥି ରାଜନୀତି ବିଜ୍ଞାନ ବିଭାଗର ବିଭାଗମୁଖ୍ୟ ଶ୍ରୀ ଶିବ କୁମାର ପୁରୋହିତ ଜୀବନରେ ଆଗକୁ ବଢ଼ିବା ପାଇଁ ସଠିକ୍ ଯୋଜନା ଓ ଲକ୍ଷ୍ୟ ନିର୍ଦ୍ଧାରଣର ଆବଶ୍ୟକତା ଉପରେ ମତବ୍ୟକ୍ତ କରିଥିଲେ।
ଓଡ଼ିଆ ବିଭାଗର ବିଭାଗମୁଖ୍ୟ ଶ୍ରୀ ସୂର୍ଯ୍ୟ ନାରାୟଣ ପଣ୍ଡା ଛାତ୍ରଛାତ୍ରୀଙ୍କୁ ନିଷ୍ଠାର ସହ ପରିଶ୍ରମ କରିବାକୁ ଆହ୍ୱାନ ଦେଇଥିଲେ। ଡ. ପ୍ରକାଶ କୁମାର ସେଠ ଜୀବନରେ ଜଣେ ଭଲ ବକ୍ତା ହେବା ସହ ନିଜର ଚିନ୍ତାଧାରାକୁ ସୁନ୍ଦର ଭାବେ ପ୍ରକାଶ କରିବାର କଳା ଆୟତ୍ତ କରିବା ଉପରେ ଗୁରୁତ୍ୱ ଦେଇଥିଲେ।
ଶ୍ରୀ ସଞ୍ଜୟ କୁମାର ପ୍ରଧାନ ଶୃଙ୍ଖଳାବଦ୍ଧ ଜୀବନଯାପନକୁ ସଫଳତାର ଏକ ମୁଖ୍ୟ ଆଧାର ବୋଲି କହିଥିଲେ। ଅଧ୍ୟାପିକା ଯାମିନୀ ଦାଶ ଦୃଢ଼ ଇଚ୍ଛାଶକ୍ତି, ଜ୍ଞାନ, ପରିଶ୍ରମ, ଶୃଙ୍ଖଳା ଓ ମାର୍ଜିତ ବ୍ୟବହାର ମଣିଷକୁ ସଫଳତାର ଶୀର୍ଷକୁ ନେଇଯାଏ ବୋଲି ମତପ୍ରକାଶ କରିଥିଲେ।
ଅର୍ଥନୀତି ବିଭାଗର ଅଧ୍ୟାପକ ଶ୍ରୀ ପ୍ରଭାତ ପୁରୋହିତ ସାହିତ୍ୟର ଛାତ୍ର ହେବା ଏକ ସୌଭାଗ୍ୟର ବିଷୟ ବୋଲି କହିବା ସହ ସାହିତ୍ୟ ମାଧ୍ୟମରେ ଜୀବନବୋଧ, ମାନବିକତା ଓ ସଂସ୍କାର ବିକଶିତ ହୁଏ ବୋଲି ମତ ଦେଇଥିଲେ।
ସଭାର ସଂଯୋଜନା +୩ ଦ୍ୱିତୀୟ ବର୍ଷର ଛାତ୍ରୀ ଅର୍ଚ୍ଚନା ବିଶ୍ୱାଳ ଓ ହିମାଦ୍ରି ଜାଲ କରିଥିବା ବେଳେ +୩ ତୃତୀୟ ବର୍ଷର ଛାତ୍ରୀ ସ୍ୱସ୍ତିକା ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ