ବୀରମହାରାଜପୁର ସାଂସ୍କୃତିକ ସଂସଦ ପକ୍ଷରୁ ମୈତ୍ରୀ ସଦନ ଠାରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତି
ବୀରମହାରାଜପୁର : ସ୍ଥାନୀୟ ମୈତ୍ରୀ ସଦନ ଠାରେ ବୀରମହାରାଜପୁର ସାଂସ୍କୃତିକ ସଂସଦ ତରଫରୁ ସ୍ବଭାବକବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଆଜି ପାଳିତ ହୋଇଯାଇଛି। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଗଙ୍ଗାଧର ସାହିତ୍ୟ ଉପରେ ବକ୍ତୃତା ଓ କବିତା ପାଠ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
ରବିବାର ଆୟୋଜିତ କାର୍ଯ୍ୟକ୍ରମ ରେ ସଂସଦର ସଭାପତି ତଥା ସ୍ଥାନୀୟ ଉପଜିଲ୍ଲାପାଳ ସୁରେନ୍ଦ୍ର ମେହେର ସଭାପତିତ୍ଵ କରିଥିବା ବେଳେ ସଂଯୋଜନା କରିଥିଲେ ସଂସଦ ର ସାହିତ୍ୟ ବିଭାଗ ସମ୍ପାଦକ ଲକ୍ଷ୍ମୀନାରାୟଣ ସାହୁ। ସାଂସ୍କୃତିକ ସଂସଦର ସାଧାରଣ ସମ୍ପାଦକ ଭୂଷଣ କୁମାର ପାତ୍ର ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ସଂସଦର କାର୍ଯ୍ୟକାରୀ ସଭାପତି ସ୍ଵୟମ୍ଭୁ ନାଥ ଖଣ୍ଡଗିରି କାର୍ଯ୍ୟକ୍ରମର ଅଭିମୁଖ୍ୟ ପ୍ରଦାନ କରିଥିଲେ।
ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଗଙ୍ଗାଧର ସାହିତ୍ୟ ଆଲୋଚକ ପ୍ରାକ୍ତନ ଓଡିଆ ପ୍ରାଧ୍ୟାପକ ବାସୁଦେବ ପାତ୍ର କବିଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ, ବରପାଲିର ଗ୍ରାମୀଣ ପରିବେଶରେ ବଢ଼ିଥିବା ଗଙ୍ଗାଧରଙ୍କ ପ୍ରଥମ ଗୁରୁ ଥିଲେ ତାଙ୍କ ପିତା। ସେ ପ୍ରଥମେ ଲୁଗା ବୁଣୁଥିଲେ ଏବଂ ପରେ ରାଜ ଦରବାରରେ ମୁହୁରୀ ଭାବେ କାମ କରୁଥିଲେ। ତାଙ୍କର ନିଶା ଥିଲା ସ୍ବତନ୍ତ୍ର। ସେ ହିନ୍ଦୀ, ସଂସ୍କୃତ, ବଙ୍ଗଳା ଭାଷା ଅଧ୍ୟୟନ କରୁଥିଲେ। ତାଙ୍କ ଅମର କୃତି ‘ତପସ୍ବିନୀ’ କାବ୍ୟରେ ସୀତାଙ୍କ ନିର୍ବାସନ କଥା, କରୁଣ ରସ, ପ୍ରକୃତିର ପ୍ରତିକ୍ରିୟାଶୀଳତା, ଶକୁନ୍ତଳା ଦୁଷ୍ମନ୍ତଙ୍କ ବିରହ କଥା, ମାତା ପିତା ବିଚ୍ୟୁତ ମୃଗଶିଶୁ କଥା, ଦୁର୍ବାସାଙ୍କ ଅଭିଶାପ କଥା, କୀଚକ ବଧ ଓ ପ୍ରକୃତି ବର୍ଣ୍ଣନା ଅତ୍ୟନ୍ତ ହୃଦୟସ୍ପର୍ଶୀ ବୋଲି ସେ ବର୍ଣ୍ଣନା କରିଥିଲେ।
ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳୀନା ପ୍ରଧାନ ଯୋଗ ଦେଇ ଗଙ୍ଗାଧରଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ I ପୂର୍ବରୁ ଆୟୋଜିତ ବକ୍ତୃତା ପ୍ରତିଯୋଗୀତା ରେ
#ପୁରସ୍କାର ଘୋଷଣା କରିଥିଲେ ଶ୍ରୀ ଅକ୍ଷୟ ରାଏ।
ପ୍ରଥମ ସ୍ଥାନରେ ଥିଲେ ସ୍ନିଗ୍ଧାରାନୀ ଜଗଦଲା
ଦ୍ୱିତୀୟ ସ୍ଥାନରେ ଲିପ୍ସା ମେହେର ଓ
ତୃତୀୟ ରେ ଥିଲେ ବିଶ୍ୱରଞ୍ଜନ କର, ଆକାଶ ଦଣ୍ଡସେନା (ଯୁଗ୍ମ) l ସେହିପରି କବିତା ପାଠ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଥିଲେ ଶୁଭଶ୍ରୀ ଦେହେରୀ , ଦ୍ୱିତୀୟ – ଦେବଯାନୀ ସାହୁ ଓ ତୃତୀୟ ସ୍ଥାନ ରେ ସୁନେଲି ପ୍ରଧାନ, ବିଶ୍ୱରଞ୍ଜନ ପ୍ରଧାନ (ଯୁଗ୍ମ) ରହି ଅତିଥି ମାନଙ୍କ ଠାରୁ ପୁରସ୍କୃତ ହୋଇଥିଲେ l କୁନିକୁନି ଝିଅ ମାନେ ସ୍ବାଗତ ଓ ଉଦଯାପନୀ ସଙ୍ଗୀତ ପରିବେଷଣ କରାଯାଇଥିଲା। ଶେଷରେ ଶ୍ରୀ ଯୁଗଳ କିଶୋର ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

