Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭତରା ସମାଜ ଜିଲ୍ଲା ସ୍ତରୀୟ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ, ଜୁହାର ଭେଟ ସହ ଦେଲେ ଭାଇଚାରା ର ବାର୍ତ୍ତା

କଳାହାଣ୍ଡି,୨୨/୦୯
ନୂଆଁଖାଇ ସରିଛି, ହେଲେ ପଶ୍ଚିମ ଓଡ଼ିଶାର ଏହି କୃଷି ଭିତ୍ତିକ ଗଣପର୍ବ ଓ ଭାଇଚାରା ପର୍ବ ର ମହକ ଏବେବି ଅନେକ ସ୍ଥାନରେ ମହକୁଛି,ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଜରିଆରେ ବିଭିନ୍ନ ସାମାଜିକ ସଙ୍ଗଠନ ପକ୍ଷରୁ ଆୟୋଜିତ ହେଉଛି।
ଏହି କ୍ରମରେ ମଙ୍ଗଳବାର କୋକସରା ବ୍ଲକ ବରାଡୋଙ୍ଗା ପଞ୍ଚାୟତ ଶିଉନି ଗ୍ରାମ ଠାରେ ଭତରା ସମାଜ ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଭତରା ସମାଜ ର ଆରାଧ୍ୟ ଦେବତା ଭୈରବ ଦେବ ଙ୍କ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଭୈରବ ଦେବ ଙ୍କ ପୂଜକ ହିମାଞ୍ଚଳ ପୁଝାରି ଙ୍କ ଘରୁ ନୂଆଁଖାଇ ଜୁଗାର ନେଇ ବିରାଟ ଶୋଭାଯାତ୍ରାରେ ସାମାଜିକ କର୍ମକର୍ତ୍ତା ଓ ଶତାଧିକ ଲୋକେ ଭୈରବ ଦେବ ଙ୍କ ମନ୍ଦିର ନିକଟରେ ପହଞ୍ଚିଥିଲେ। ପ୍ରଥମେ ଭତରା ସମାଜ ର ଆରାଧ୍ୟ ଦେବତା ଭୈରବ ଓ ମା ଦନ୍ତେଶ୍ୱରୀ ଙ୍କ ନିକଟରେ ନୂଆଁ ଲାଗି ହେବାପରେ ଜିଲ୍ଲାର ୫ ବ୍ଲକ ରୁ ସମବେତ ୧୦୨ ଗୋଟି ର ବଂଶ ର ପାଖାପାଖି ୫ ହଜାର ରୁ ଉର୍ଦ୍ଧ ଭତରା ଜାତି ର ଲୋକ ନୂଆଁ ଧାନ ରେ ପ୍ରସ୍ତୁତ ହୋଇଥିବା ଚୁଡା କୁ ନୂଆଁ ଭାବେ ସମସ୍ତେ ଗ୍ରହଣ କରି ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ରେ ଉପସ୍ଥିତ ସମାଜର କର୍ମକର୍ତ୍ତା ଓ ବିଭିନ୍ନ ପ୍ରାନ୍ତ ରୁ ଏକାଠି ହୋଇଥିବା ଲୋକେ ଜୁହାର ଭେଟ ହୋଇ ଶୁଭେଚ୍ଛା ଜଣାଇଥିଲେ।
ଏହି ଅବସରରେ ଭତରା ସମାଜର ଜିଲ୍ଲା ସଭାପତି ନୀଳକଣ୍ଠ ମାଝୀ ଙ୍କ ସଭାପତିତ୍ୱ ରେ ନୂଆଁଖାଇ ଭେଟ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ଜିଲ୍ଲା ଭତରା ସମାଜର ସଭାପତି ଜଗନ୍ନାଥ ମାଝୀ, ମୁଖ୍ୟ ବକ୍ତା ଭାବେ କେନ୍ଦ୍ରୀୟ ଉପ ସଭାପତି ଗରୁଡ଼ ଧ୍ଵଜ ମାଝୀ, ସମ୍ମାନିତ ଅତିଥି ଭାବେ ରାଜ୍ୟ କମିଟି ସଦସ୍ୟ କୈଳାସ ଚନ୍ଦ୍ର ମାଝୀ, ଘନଶ୍ୟାମ ନାଏକ, ଦୁହିତା ମାଝୀ,ଚଞ୍ଚଲା ନାଏକ, ସହଦେଵ ଗୌନ୍ତିଆ, ଋତୁରାଜ ମାଝୀ, ସୁଶାନ୍ତ କୁମାର ମାଝୀ,ସୁଧୀର ପାତ୍ର, ଗଣେଶ ଦଳାଇ,ରଣ ସାଏ ପାତ୍ର, ବିଭୁତି ପୁଝାରି,ମିନିକେତନ ଦଳପତି, ଲୋକନାଥ ପାତ୍ର, ଟିକେଚନ୍ଦ୍ର ମାଝୀ,ଦୈତାରି ପୁଝାରି,ବାମଦେବ ପାତ୍ର,ଦୟାନିଧି ପୂଝାରି,ଉପେନ୍ଦ୍ର ବାଣୁଆ ମଞ୍ଚ ରେ ଉପସ୍ଥିତ ଥିଲେ।
ନୂଆଁଖାଇ ହେଉଛି ଆମ ପୂର୍ବପୁରୁଷ ରୁ ଚାଲି ଆସିଥିବା ଭାଇଚାରା ର ପର୍ଵ, ଭତରା ସମାଜ ମଧ୍ୟରେ ଏକତା, ଭାଇଚାରା,ପରମ୍ପରା, ନାରିଶିକ୍ଷା କୁ ଗୁରୁତ୍ୱ ଦେବାକୁ ସମାଜର କର୍ମକର୍ତ୍ତା ମାନେ ଆହ୍ୱାନ ଦେଇଥିଲେ। ପରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ଚଳିତ ବର୍ଷ ମେଡ଼ିକାଲ ପ୍ରବେଶିକା ପରୀକ୍ଷା (ନିଟ) ପରୀକ୍ଷାରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ଏହାସହ ଜିଲ୍ଲାର ବରିଷ୍ଠ ସମାଜସେବୀ ଗୋପିଚନ ନାଏକ, କ୍ଷୀରୋଦ ଚନ୍ଦ୍ର ମାଝୀ, ପ୍ରସାଦ ଦଳପତି ଙ୍କୁ ମଧ୍ୟ ସମାଜ ର ବଳିଷ୍ଠ ନେତୃତ୍ୱ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା।ମଞ୍ଚ ସଂଯୋଜନା ରେ ଜିଲ୍ଲା ସମ୍ପାଦକ ଲୋକେଶ ରଞ୍ଜନ ନାଏକ ଓ ସହ ସମ୍ପାଦକ ଭୁବନେଶ୍ୱର ଦିଶାରୀ ସହଯୋଗ କରିଥିଲେ। ନୂଆଁଖାଇ ଭେଟଘାଟ ଅବସରରେ କୁନି କୁନି କଳାକାରମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ପରିଶେଷରେ ସୁଧୀର ଧଙ୍ଗଡା ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ କୁ କୋକସରା ବ୍ଲକ ର ବିଭିନ୍ନ ଗ୍ରାମ ରେ ଥିବା ଭତରା ସମାଜର କର୍ମକର୍ତ୍ତା ସମେତ ଶିଉନି ଗ୍ରାମ ର ସାମାଜିକ କର୍ମକର୍ତ୍ତା ଓ ମହିଳା କମିଟି ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ