Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟ ସ୍ତରୀୟ ଅଣ୍ଡର ୧୭ ହ୍ୟାଣ୍ଡବଲ ରେ ଭାଗ ନେବେ କୋକସରା ବ୍ଲକ ର ୪ ଛାତ୍ର ।

କଳାହାଣ୍ଡି,୨୩/୦୯
ରାଜ୍ୟ ସ୍ତରୀୟ ଅଣ୍ଡର ୧୭ ହାଣ୍ଡବଲ ପ୍ରତିଯୋଗିତାରେ କୋକସରା ବ୍ଲକ ର ଜବାହର ଉଚ୍ଚ ବିଦ୍ୟାଳୟ ର ୩ ଜଣ ଓ ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ ଡୋଙ୍ଗରିଗୁଡା ର ଜଣେ ଛାତ୍ର ମନୋନୀତ ହୋଇ ଆସନ୍ତା ୨୫ ରୁ ୨୭ ତାରିଖ ଯାଜପୁର ଜିଲ୍ଲା ସ୍ଥିତ ଛତିଆ ଏମ ଏଚ ହାଇୟର ସେକେଣ୍ଡାରୀ ସ୍କୁଲ ରେ ଅନୁଷ୍ଠିତ ହେଉଥିବା ରାଜ୍ୟ ସ୍ତରୀୟ ହାଣ୍ଡବଲ ପ୍ରତିଯୋଗିତାରେ ଭାଗ ନେବାକୁ ମନୋନୀତ ହୋଇଥିବା ନେଇ କଳାହାଣ୍ଡି ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି ଛାତ୍ର ମାନେ ହେଲେ କୋକସରା ଜବାହର ଉଚ୍ଚ ବିଦ୍ୟାଳୟ ର ଗୁପ୍ତେଶ୍ଵର ଛତ୍ରୀଆ, ସୌରଭ ଦୁର୍ଗା, ସୁବ୍ରତ ପ୍ରଧାନୀ ଓ ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ ଡୋଙ୍ଗରିଗୁଡା ର ହିମାଳୟ କୈବର୍ତ୍ତ। ଏହି ଛାତ୍ର ମାନେ ଗୁରୁବାର ଜିଲ୍ଲା ଟିମ ମେନେଜର ଅଜୟ ସରାଫ ଓ କୋଚ୍ ଭବାନୀ ଶଙ୍କର ଶବର ଙ୍କୁ ରିପୋଟିଂ କରିବାକୁ କୁହାଯାଇଛି।କୋକସରା ଜବାହର ଉଚ୍ଚ ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ଅମିତ କୁମାର ମହାନ୍ତି ଙ୍କ ପ୍ରଶିକ୍ଷଣ ରେ ପୂର୍ବରୁ ଅନେକ ଛାତ୍ରଛାତ୍ରୀ ଜିଲ୍ଲା ଓ ରାଜ୍ୟ ସ୍ତରୀୟ ବିଭିନ୍ନ କ୍ରୀଡା ରେ ସଫଳତା ହାସଲ କରି ନିଜ ଶିକ୍ଷାନୁଷ୍ଠାନ ପାଇଁ ଗୌରବ ଆଣିଛନ୍ତି ।କୋକସରା ବ୍ଲକ ରୁ ୪ ଛାତ୍ର ରାଜ୍ୟ ସ୍ତରୀୟ ଅଣ୍ଡର ୧୭ ହାଣ୍ଡବଳ ପାଇଁ ମନୋନୀତ ହେବାପରେ ଜବାହର ଉଚ୍ଚ ବିଦ୍ୟାଳୟ ବିଦ୍ୟାଳୟ ସମେତ ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ, ସହ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଛାତ୍ର ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ