Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲଡୁଗାଁ ସାର୍ବଜନୀନ ଦୁର୍ଗା ପୂଜା ପାଇଁ ମା ଦୁର୍ଗାଙ୍କ ମୃଣ୍ମୟୀ ପ୍ରତିମା ପାଇଁ ମାଟି ପୂଜନ ଅନୁଷ୍ଠିତ।

କୋକସରା,୨୪/୦୯
ଆଉ ମାତ୍ର କିଛି ଦିନ ର ଅପେକ୍ଷା,ଶାରଦୀୟ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ପୂଜା କମିଟି ର କର୍ମକର୍ତ୍ତା ଧରାପୃଷ୍ଠ କୁ ବିରାଜିବେ ମା ଜଗତଜନନୀ ମା ଦୁର୍ଗା।
କୋକସରା ବ୍ଲକ ଲଡୁଗାଁ ସାର୍ବଜନୀନ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଜୋରସୋରରେ ଆରମ୍ଭ ହୋଇଥିବା ବେଳେ ମା ଦୁର୍ଗାଙ୍କ ମୃଣ୍ମୟୀ ପ୍ରତିମା ପାଇଁ ଗୁରୁବାର ମାଟି ଅନୁକୂଳ ଓ ପୂଜନ କାର୍ଯ୍ୟକ୍ରମ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି। ମାଟି ପୂଜନ ପାଇଁ ପଣ୍ଡିତ ବୃନ୍ଦାବନ ପାଢ଼ୀ ଙ୍କ ତତ୍ୱାବଧାନ ରେ ପୂଜାକର୍ତ୍ତା ଭାବେ ଶ୍ରୀ ରାଜେଶ ଅଗ୍ରୱାଲ ଓ ଧର୍ମପତ୍ନୀ ମନୀଷା ଅଗ୍ରୱାଲ ସମସ୍ତ ପୂଜାବିଧି ତୁଲାଇଛନ୍ତି। ଏହି ଅବସରରେ ଦୁର୍ଗାପୂଜା କମିଟି ଲଡୁଗାଁ ର ସଭାପତି ମନୋଜ କୁମାର ଅଗ୍ରୱାଲ,ଉପ ସଭାପତି ମୋହନ ଚରଣ ଦାସ, ସମ୍ପାଦକ କଂହେଇ ଚରଣ ଦାସ, ସହ ସମ୍ପାଦକ ଶ୍ରୀମନ୍ତ ପାଢ଼ୀ, କୋଷାଧ୍ୟକ୍ଷ ମୁକେଶ କୁମାର ଅଗ୍ରୱାଲ,ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ପାଦକ ଜିତେନ୍ଦ୍ର ମାଝୀ, ସହ ସମ୍ପାଦକ ରବୀନ୍ଦ୍ର ନାରାୟଣ ଦାସ, ଧ୍ଵଜ ମହାନନ୍ଦ କମିଟି ର ଉପଦେଷ୍ଟା ଭାବେ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, କିଶୋର ଚନ୍ଦ୍ର ଦାସ,ଗୁଣନିଧି ବାଗ,ପଙ୍କଜ ମୁଖ ଚୌଧୁରୀ ସମେତ ସଦସ୍ୟ ଜୟ ଭଗବାନ ଅଗ୍ରୱାଲ,ବିରେନ୍ଦ୍ର ନାରାୟଣ ଦାସ,ନାନକ ଅଗ୍ରୱାଲ ଓ ଗ୍ରାମବାସୀ ମାନେ ଉପସ୍ଥିତ ରହି ମାଟି ପୂଜନ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ